Indus Valley Times

ବୌଦ୍ଧଠାରେ ବିଶ୍ଵ ମତ୍ସ୍ୟ ଦିବସ – ୨୦୨୩ ମହାସମାରୋହରେ ପାଳିତ

 Breaking News

ବୌଦ୍ଧଠାରେ ବିଶ୍ଵ ମତ୍ସ୍ୟ ଦିବସ – ୨୦୨୩ ମହାସମାରୋହରେ ପାଳିତ

ବୌଦ୍ଧଠାରେ ବିଶ୍ଵ ମତ୍ସ୍ୟ ଦିବସ – ୨୦୨୩ ମହାସମାରୋହରେ ପାଳିତ
November 22
10:10 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୧: ଅଦ୍ୟ ତା.୨୧.୧୧.୨୦୨୩ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ବିଶ୍ଵ ମତ୍ସ୍ୟ ଦିବସ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ଵାଇଁ ଅସନ୍ତୁଳିତ ପରିବେଶକୁ ରକ୍ଷା କରିବା ଆମର ଦାୟିତ୍ଵ ବୋଲି ମତବ୍ୟକ୍ତ କରିବା ସହ ରାସାୟନିକ ସାର, ଔଷଧ ବିନା ଚାଷ, ଡିଟରଜେଣ୍ଟ, ଫିନାଇଲର ବ୍ୟବହାର କମ କରିବା, କମପୋଷ୍ଟ ଖତର ବ୍ୟବହାର କରିବା, ପ୍ରାକୃତିକ ଉପାୟରେ ଆଗାମୀ ଯୁବପିଢୀଙ୍କୁ ସୁଯୋଗ ଦେବା ପାଇଁ ଆହ୍ଵାନ କରିଥିଲେ । ସମ୍ମାନିତ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରବି ନାରାୟଣ ତ୍ରିପାଠୀ ମାଛଚାଷର ଗୁରୁତ୍ଵ, ପରିବେଶ ର ସନ୍ତୁଳନ ଦିଗରେ ଆଲୋକପାତ କରିଥିଲେ ।
ଅନ୍ୟାନ୍ୟ ଅତିଥି ଭାବେ ଉପ-ମତ୍ସ୍ୟ ନିର୍ଦେଶକ, ବଲାଙ୍ଗିର ମଣ୍ଡଲ ଶ୍ରୀଯୁକ୍ତ ନୀଳାମ୍ବର କିଲାକା ଗଛ ଲଗାଇବା, ବଡ ଉତ୍ସର ପୁନରୁଦ୍ଦାର ଦିଗରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟ କୃଷି ନିର୍ବାହୀ ଅଧିକାରୀ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଜଳଛାୟା ପ୍ରକଳ୍ପ ବୌଦ୍ଧ ଯୋଗ ଦେଇ ପରିବେଶ ର ସନ୍ତୁଳନ ରକ୍ଷା କରି ଅଧିକ ମତ୍ସ୍ୟ ଉତ୍ପାଦନ ର ସମ୍ଭାବନା ସୃଷ୍ଟି, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ରୋଜଗାରକୁ ଦୀର୍ଘମୟ ଓ ଅତୁଟ ରଖାଯାଇ ପାରିବ, ମଣିଷର ସଚେତନତା ହିଁ ପରିବେଶ ତଥା ସମସ୍ତ ଜଳଜୀବଙ୍କ ବଂଶ ଲୋପ ହେବାରେ ସହାୟକ ହେବ, ବାୟୁମଣ୍ଡଳ, ଜଳ, ମାଟି ପ୍ରଦୂଷଣ ମୁକ୍ତ କରିବା, ମାଟିର ଉର୍ବରତା ରକ୍ଷା କରିବା, ଅର୍ଗାନିକ ଫାର୍ମିଙ୍ଗ, ମୃତ୍ତିକା ପରୀକ୍ଷା, ଭଲ ବିହନର ବ୍ୟବହାର, ଜୈବିକ ସାରର ପ୍ରୟୋଗ, ରାସାୟନିକ ସାରର ବ୍ୟବହାରକୁ କମ କରାଯାଇ ପାରିବ ସେ ବିଷୟରେ ଅତିଥିବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲାର ୩ଟି ବ୍ଲକରୁ ୬୦ ରୁ ଉର୍ଦ୍ଧ ମତ୍ସ୍ୟଚାଷୀ ଉପସ୍ଥିତ ରହିଥିଲେ ।
ଏଥିସହିତ ମତ୍ସ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଏବଂ ଏହି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ଶେଷରେ ବରିଷ୍ଠ ବୈଷୟିକ ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵମ୍ବର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ଲୀଲୀପ୍ତା ଦାସ ଏବଂ ଅଂଶୁମାନ ପଣ୍ଡା, ରାକେଶ ସ୍ଵାଇଁ , ବିଶ୍ଵନାଥ ଖେତି, କର୍ମଚାରୀ ରୋଜାଲିନ ସାହୁ, ଶ୍ରୀହରି ମେହେର, ଗୁପ୍ତେ ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଏହି ବୈଠକରେ ୪ଗୋଟି ସ୍ଵୟଙ୍ଗ ସହାୟିକା ଗୋଷ୍ଠୀ ଆଦିଶକ୍ତି, ମାହେଶ୍ଵରୀ, ଭଗବତୀ ଓ ଭୈରବୀଙ୍କୁ ଟ.୧୦,୦୦୦/- ଲେଖାଏଁ ଆବର୍ତ୍ତନ ପାଣ୍ଠି ମାଛଚାଷ ପାଇଁ ପ୍ରଦାନ କରାଗଲା ।
ସଫଳ ମାଛଚାଷୀ ଭାବେ ବଲ୍ଲଭ ରଣା, ସଫଳ ସ୍ଵୟଙ୍ଗ ସହାୟିକା ଗୋଷ୍ଠୀଭାବେ ମାଁ ଭୈରବୀ ଗ୍ରୁପ, କୁସୁମଝୁଲି, ସଫଳ ବାୟୋଫ୍ଲକ ଚାଷୀଭାବେ ସୌଦାମିନୀ ଗାଈଗୋରିଆଙ୍କୁ ପୁରସ୍କୃତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031