Indus Valley Times

ବୌଦ୍ଧରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା” ଅନୁଷ୍ଠିତ ,ପାରମ୍ପରିକ ଖାଦ୍ୟ ସହ ପ୍ଲାଷ୍ଟିକ ମୁକ୍ତ ଜୀବନଶୈଳୀର ବାର୍ତ୍ତା

 Breaking News

ବୌଦ୍ଧରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା” ଅନୁଷ୍ଠିତ ,ପାରମ୍ପରିକ ଖାଦ୍ୟ ସହ ପ୍ଲାଷ୍ଟିକ ମୁକ୍ତ ଜୀବନଶୈଳୀର ବାର୍ତ୍ତା

September 11
19:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୧/୯ : ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ପାଳନ ଅବସରରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା” ଆଜି ବୌଦ୍ଧର ମର୍ଜାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିର ଆଞ୍ଚଳିକ କାର୍ଯ୍ୟାଳୟ ଓ ବୌଦ୍ଧ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ ହୋଇଥିଲା ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ସନ୍ତୋଷ କୁମାର ତ୍ରିପାଠୀ , ଏସିଏଫ୍ କୃଷ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ ଯୋଗ ଦେଇଥିଲେ ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗିରର ଆଞ୍ଚଳିକ ଅଧିକାରୀ ବବିତା ସିଂଙ୍କ ତତ୍ତ୍ୱାବଧାନରେ ମେଳା ପରିଚାଳିତ ହୋଇଥିଲା।
ଏହି ମେଳାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଯୋଗଦେଇ ସ୍ଥାନୀୟ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଥିଲେ।
ପ୍ଲାଷ୍ଟିକ ବ୍ୟବହାରକୁ ଏଡ଼ାଇ ପରିବେଶ ଅନୁକୂଳ କଟଲେରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହା ମାଧ୍ୟମରେ ଜିଲ୍ଲାର ସମୃଦ୍ଧ ଖାଦ୍ୟ ପରମ୍ପରା ଓ ସଂସ୍କୃତି ସହ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଥିଲା।
ମେଳାରେ ଶିଶୁ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଜିଲ୍ଲାର ପ୍ରତିଭାବାନ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସ୍ଥାନୀୟ ଗୀତ ପରିବେଷଣ କରାଯାଇଥିଲା।
ଏହା ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ସ୍ଥାନୀୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନିଟି ଶ୍ରେଷ୍ଠ ଏସ୍‌ଏଚ୍‌ଜିକୁ ପୁରସ୍କୃତ କରାଯାଇଥିଲା।
ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୫,୦୦୦, ୩,୦୦୦ ଓ ୨,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାସହ ବୌଦ୍ଧଗଡ଼ ପୌରପାଳିକାର ୫ ଜଣ ସଫେଇ କର୍ମଚାରୀଙ୍କୁ ପରିମଳ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
ସେମାନଙ୍କୁ ପ୍ରତ୍ୟେକଙ୍କୁ ୧,୦୦୦ ଟଙ୍କା ନଗଦ ପୁରସ୍କାର ସହ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ପରିବେଶ ସୁରକ୍ଷା ଓ ଦାୟିତ୍ୱଶୀଳ ଜୀବନଶୈଳୀ ଆପଣାଇବା ପାଇଁ ମିଶନ୍ ଲାଇଫ୍ (Mission LiFE) ଶପଥ ଗ୍ରହଣ କରାଯାଇଥିଲା। ବିଭିନ୍ନ ବିଭାଗିୟ ଅଧିକାରୀ, ଏସ୍‌ଏଚ୍‌ଜି ମହିଳା ସଦସ୍ୟ, ସଫେଇ କର୍ମଚାରୀ ଓ ସାଧାରଣ ଲୋକଙ୍କ ସମେତ ପ୍ରାୟ ୫୦୦ ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
“ଆମ ଖାଦ୍ୟ, ଆମ ସଂସ୍କୃତି ଓ ଆମ ପରିବେଶ”କୁ ସୁରକ୍ଷିତ ରଖିବାର ଆହ୍ୱାନ ଦେଇ ଆୟୋଜିତ ଏହି ମେଳା ସ୍ଥାନୀୟ ପାରମ୍ପରିକ ଖାଦ୍ୟର ପ୍ରଚାର, ପରିବେଶ ଅନୁକୂଳ ଅଭ୍ୟାସର ପ୍ରସାର ଏବଂ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବିକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଏକ ସଫଳ ପଦକ୍ଷେପ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031