Indus Valley Times

ବୌଦ୍ଧରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (POSH) ଆଇନ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ପ୍ରତିଷେଧ ଆଇନ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ

 Breaking News

ବୌଦ୍ଧରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (POSH) ଆଇନ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ପ୍ରତିଷେଧ ଆଇନ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ

ବୌଦ୍ଧରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (POSH) ଆଇନ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ପ୍ରତିଷେଧ ଆଇନ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ
April 30
09:46 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦ /୫: ବୁଧବାର ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ (ଚଙଝଐ) ଆଇନ, ୨୦୧୩ ଓ ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ପ୍ରତିଷେଧ ଆଇନ ୧୯୮୯ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସଫଳଭାବେ ଆୟୋଜିତ ହୋଇଥିଲା।
ଜିଲ୍ଲା ମୁଖ୍ୟ ନ୍ୟାୟାଧୀଶ ପ୍ରତାପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ଜିଲ୍ଲାର ନ୍ୟାୟିକ ଅଧିକାରୀ, ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ଜିଲ୍ଲା ଅଦାଲତ ଓ କଲେକ୍ଟରେଟ୍ ବୌଦ୍ଧର କର୍ମଚାରୀମାନେ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଏହାର ଉଦ୍ଦେଶ୍ୟ ଦୁଇଟି ଆଇନର ବିଭିନ୍ନ ବ୍ୟବସ୍ଥା, ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଥିଲା। ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ ସମସ୍ତଙ୍କୁ ସ୍ଵାଗତ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀମତୀ ସୁସ୍ମିତା ପ୍ରିୟ ଦର୍ଶିନୀ POSHଆଇନର ମୁଖ୍ୟ ବିଧାନଗୁଡ଼ିକ ବିଷୟରେ ବିସ୍ତାରିତ ଆଲୋଚନା କରିଥିଲେ ଏବଂ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନକୁ କିପରି ପ୍ରତିରୋଧ କରାଯିବ ତାହା ଉପରେ ଜୋର ଦେଇଥିଲେ।
ଅଭିଯୋଗ ଦାଖଲ ପ୍ରକ୍ରିୟା ଓ ଆନ୍ତରିକ ଅଭିଯୋଗ ସମିତି (ICC) ର ଭୂମିକା ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା।
ସେହିପରି ଚିଫ ଯୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଶ୍ରୀ ନିରଞ୍ଜନ ପାତ୍ର ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ପ୍ରତିଷେଧ ଆଇନ ସମ୍ପର୍କିତ ପ୍ରାବଧାନ ଓ ବିଭେଦ ବିରୋଧରେ ଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ ।
ଏହି ସବୁ ଆଇନର କଡାକଡି ରୂପେ କାର୍ଯ୍ୟାନ୍ବୟନ ଓ ଉଲ୍ଲଂଘନ ଘଟଣାରେ ତ୍ୱରିତ କାର୍ଯ୍ୟକଳାପର ଆବଶ୍ୟକତା ଉପରେ ଜିଲ୍ଲା ମୁଖ୍ୟ ନ୍ୟାୟାଧୀଶ ଓ ଜିଲ୍ଲାପାଳ ଜୋର ଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ପ୍ରଶ୍ନୋତ୍ତର ସଭା ଓ ଆଲୋଚନା ଅନୁଷ୍ଠିତ ହୋଇଥିଲା, ଯାହା ମାଧ୍ୟମରେ ଅଂଶଗ୍ରହଣକାରୀ ମାନେ ନିଜ ସନ୍ଦେହ ସମାଧାନ କରିପାରିଥିଲେ।
ଶେଷରେ, ସମାଜରେ ସମତା, ମର୍ଯ୍ୟାଦା ଓ ନ୍ୟାୟ ସ୍ଥାପନ ପାଇଁ ସମସ୍ତଙ୍କ ସାମୁହିକ ଦାୟିତ୍ୱକୁ ବୟାନ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930