Indus Valley Times

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ

 Breaking News

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ
July 23
09:46 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୭ : ବୌଦ୍ଧଠାରେ ଜିଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ମଙ୍ଗଳବାର ଦିବା ଘ. ୧୨.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି ।
ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ର ବିଭିନ୍ନ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଧୀନତା ଦିବସ ସମାରୋହ, ୨୦୨୪ ର ବିବରଣୀ ପାଠ କରିବା ସହ ଦିନତମାମ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟୁଷ ଘ. ୪.୩୦ ମି .ସମୟ ରେ
ରାମଧୁନ , ସକାଳ ଘ. ୬ ରୁ ୬.୩୦ ମଧ୍ୟ ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରି , ସକାଳ ୭ ରୁ ୭.୩୦ ମଧ୍ୟରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ଘ. ୭.୪୫ ରୁ ଘ. ୮.୩୦ ମି ମଧ୍ୟ ରେ ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ।
ଏହିପରି ସମସ୍ତ ବ୍ଲକ ମାନଙ୍କ ରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ମାଲ୍ୟାର୍ପଣ କରାଯିବ । ଜିଲାସ୍ତରୀୟ ଅନୁଷ୍ଠାନିକ ପ୍ୟାରେଡ ଉତ୍ସବରେ ମୁଖ୍ୟଅତିଥି ସକାଳ ଘ. ୯.୧୫ ମି. ସମୟରେ ରେ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ।
ଜିଲାସ୍ତରୀୟ ଅନୁଷ୍ଠାନିକ ପ୍ୟାରେଡ ପ୍ରତିଯୋଗିତା ଓ ଶାରିରୀକ କ୍ରିଡା କୌଶଳ ପ୍ରତିଯୋଗିତା ସହିତ ରକ୍ତଦାତା ପ୍ରବର୍ତକ ସଂଘ ଓ ବିଭନ୍ନ ସଂଘ ପକ୍ଷରୁ ରକ୍ତଦାନ ଶିବିର, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ, କୌତୁକ ଫୁଟବଲ ମ୍ୟାଚ, ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ, ଜିଲା ମୁଖ୍ୟ ଚିକିତ୍ସାଳୟ,କୁଷ୍ଟାଶ୍ରମ ଓ ଜ଼ିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯିବ ।
ସନ୍ଧ୍ୟାରେ ଟାଉନହଲଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ସ୍ୱାଧୀନତା ଦିବସ ଉତ୍ସବ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ, ଓଡିଆରେ ବକ୍ତୃତା , ଯୋଗାସନ , ଚିତ୍ରାଙ୍କନ , ଦେଶାତ୍ମବୋଧକ ସଂଗୀତ, କବିତା ଆବୃତ୍ତି, କୁଇଜ, କୌତୁକ ବେଶ ପୋଷାକ ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ସନ୍ଧ୍ୟା ରେ ପୁରସ୍କାର ପ୍ରଦାନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ପ୍ୟାରେଡ ପଡିଆର ପ୍ରସ୍ତୁତି ଓ ସାଜସଜ୍ଜା ପୂର୍ବରୁ ଦାୟିତ୍ୱ ତୁଲାଇ ଆସୁଥିବା ସରକାରୀ ବିଭାଗ ଗୁଡିକ ପକ୍ଷରୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ଏବଂ ଦେବାଶିଷ ପୁରୋହିତ, ସଭାପତି, ସିଭିଲ ଏବଂ କ୍ରିମିନାଲ ବାର ସଂଘ ଶାନ୍ତନୁ କୁମାର ମହାପାତ୍ର, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ପ୍ରଦୀପ କୁମାର ଗୁରୁ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼. ବି. କେ. ଆର. ସି. ଦେଓ ହେମ୍ରମ, ସହକାରୀ କମାଣ୍ଡେଣ୍ଟ, ୫ ତମ ଆଇ. ଆର. ବି. ଏନ.ରଙ୍କନିଧି ଯାନୀ ତଥା ସମସ୍ତ ଜ଼ିଲ୍ଲାସ୍ତରୀୟ ଅଧିକାରୀ ,ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା,ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗଦେଇଥିଲେ । ଶେଷରେ ସୁଶ୍ରୀ ସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930