Indus Valley Times

ବୌଦ୍ଧରେ ପେନ୍‌ସନ ମାମଲା ସମୀକ୍ଷା ବୈଠକ ଅନୁଷ୍ଠିତ : ଅତିଶୀଘ୍ର ସମସ୍ତ ବକେୟା ମାମଲା ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

 Breaking News

ବୌଦ୍ଧରେ ପେନ୍‌ସନ ମାମଲା ସମୀକ୍ଷା ବୈଠକ ଅନୁଷ୍ଠିତ : ଅତିଶୀଘ୍ର ସମସ୍ତ ବକେୟା ମାମଲା ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧରେ ପେନ୍‌ସନ ମାମଲା ସମୀକ୍ଷା ବୈଠକ ଅନୁଷ୍ଠିତ : ଅତିଶୀଘ୍ର ସମସ୍ତ ବକେୟା ମାମଲା ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
June 13
21:39 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୬ : ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବକେୟା ରହିଥିବା ପେନ୍‌ସନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ନିମନ୍ତେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଡେପୁଟି କଲେକ୍ଟର (ଏଷ୍ଟାବ୍ଲିଶ ମେଣ୍ଟ) ପରିପୂର୍ଣ୍ଣା ଦେବୀଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି ବୈଠକରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ସମୀକ୍ଷା ବେଳେ ଜଣାପଡ଼ିଲା ଯେ ଜିଲ୍ଲାର ୨୮ଟି ବିଭାଗରେ ମୋଟ ୧୫୩ଟି ପେନ୍‌ସନ ମାମଲା ବିଚାରାଧୀନ ରହିଛି। ଏଥିମଧ୍ୟରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସର୍ବାଧିକ ୫୬ଟି ମାମଲା ବକେୟା ଥିବାବେଳେ ବୌଦ୍ଧ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ୧୩ଟି ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) କାର୍ଯ୍ୟାଳୟରେ ୧୦ଟି ମାମଲା ବକେୟା ରହିଛି।
ଏହା ବ୍ୟତୀତ ବିଭିନ୍ନ ତହସିଲ, ପଞ୍ଚାୟତ ସମିତି ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ମଧ୍ୟ କିଛି ସଂଖ୍ୟକ ପେନ୍‌ସନ ମାମଲା ବିଚାରାଧୀନ ଥିବା ସୂଚନା ମିଳିଥିଲା।
ବୈଠକରେ ୧୦ ଜଣ ପେନ୍‌ସନଭୋଗୀ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ପେନ୍‌ସନ ମାମଲା ସମାଧାନରେ ହେଉଥିବା ବିଳମ୍ବକୁ ଗୁ ରୁତର ସହ ନେଇ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ସମସ୍ତ ପେନ୍‌ସନ ମଞ୍ଜୁରୀ ପ୍ରାଧିକାରୀଙ୍କୁ ନିଜ ନିଜ ସ୍ତରରେ ବକେୟା ମାମଲାଗୁଡ଼ିକୁ ଆସନ୍ତା ୭ ଦିନ ମଧ୍ୟରେ ନିଶ୍ଚିତ ଭାବେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳ କହିଥିଲେ ଯେ ପେନ୍‌ସନ ସମ୍ବନ୍ଧୀୟ ମାମଲା ସେବାନିବୃତ୍ତ କର୍ମଚାରୀଙ୍କ କଲ୍ୟାଣ ସହ ସିଧାସଳଖ ଭାବେ ଜଡ଼ିତ।
ତେଣୁ ଏହି ସମସ୍ତ ମାମଲାକୁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ସହ ଦାୟିତ୍ୱବୋଧ ଓ ସମୟବଦ୍ଧ ସେବା ପ୍ରଦାନ ଉପରେ ସମସ୍ତ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବକେୟା ପେନ୍‌ସନ ମାମଲାର ଶୀଘ୍ର ସମାଧାନ ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ବିନା ବିଳମ୍ବରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31