Indus Valley Times

ବୌଦ୍ଧରେ ଭଏସ ଅଫ ବୌଦ୍ଧ ଅନୁଷ୍ଠିତ:ପ୍ରହଲ୍ଲାଦ ରଣା ହେଲେ ଭଏସ ଅଫ ବୌଦ୍ଧ

 Breaking News

ବୌଦ୍ଧରେ ଭଏସ ଅଫ ବୌଦ୍ଧ ଅନୁଷ୍ଠିତ:ପ୍ରହଲ୍ଲାଦ ରଣା ହେଲେ ଭଏସ ଅଫ ବୌଦ୍ଧ

ବୌଦ୍ଧରେ ଭଏସ ଅଫ ବୌଦ୍ଧ ଅନୁଷ୍ଠିତ:ପ୍ରହଲ୍ଲାଦ ରଣା ହେଲେ ଭଏସ ଅଫ ବୌଦ୍ଧ
May 08
19:25 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୫ : ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ଆଟିଷ୍ଟ ଆସୋସିଏସନ ପକ୍ଷରୁ ଚାଲିଥିବା ଭଏସ ଅଫ ବୌଦ୍ଧ ପ୍ରତିଯୋଗୀତାରେ ପ୍ରହଲ୍ଲାଦ ରଣା ପ୍ରଥମ ସ୍ଥାନ ଅଧିକାର କରି ଭଏସ ଅଫ ବୌଦ୍ଧ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଶୃତି ପଟ୍ଟାନାୟକ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସାରଦା ପ୍ରଶନ୍ନ ବୋଷ । ଜିଲ୍ଲାର କୋଣ ଅନୁକୋଣରୁ ଲୁକାୟିତ ଥିବା ପ୍ରତିଭାମାନଙ୍କୁ ଅନ୍ୱେଷଣ କରିବା ପାଇଁ ପ୍ରଥମ ଥରପାଇଁ ଭଏସ ଅଫ ବୌଦ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଯୋଗଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମସ୍ôୟ ଅଧିକାରୀ ଲିପସା ପଟ୍ଟନାୟକ , ବ୍ଳକ ପୋଜେକ୍ଟ କୋଅଡିନେଟର ମିଶନ ଶକ୍ତି ସସ୍ମିତା ବାଦୀ, ବାଲ୍ୟବିବାହ ନିଷେଧ ପରମର୍ଶଦାତ୍ରୀ ପ୍ରବିଜ୍ଞା ଦାସ, ସ୍ଥପିତ ସୁମନ ଷଢଙ୍ଗୀ , ଜିଲ୍ଲା ବାଜାମାଲିକ ସଂଘର ସଭାପତି ଶୁଶିଲ ମେହେର ଯୋଗ ଦେଇଥିଲେ । । ଉଦଯାପିତ ସନ୍ଧ୍ୟାରେ ସଂଘର ସଭାପତି ବିଶ୍ୱଜିତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ, ପଞ୍ଚାୟତରାଜ ଓ ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ବୌଦ୍ଧର ଲୁକାୟିତ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇ ଏକ ବଡ ପ୍ରୟାସବୋଲି କହିବା ସହ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ ।
ଅନ୍ୟତମ ଅତିଥିଭାବେ ବୌଦ୍ଧ ନଗରପାଳ ମୃତ୍ୟୁଂଜୟ ମିଶ୍ର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଯୋଗ ଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯାଗିତାରେ ଜିଲ୍ଲାର ତିନି ବ୍ଳକରୁ ୬୯ ଜଣ ପ୍ରତିଯୋଗିମାନେ ଯୋଗ ଦେଇଥିଲେ ।
ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଓଡିଶା ସଙ୍ଗିତ ନାଟକ ଏକାଡେମୀ ସଦସ୍ୟ ତଥା ପଶ୍ଚିମ ଓଡିଶାର କଣ୍ଠଶିଳ୍ପି ତଥା ସଙ୍ଗିତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ, ହିନ୍ଦୁସ୍ତାନି ଭୋକାଲିଷ୍ଟ କାବେରୀ ପ୍ରିୟଦର୍ଶନୀ ଓ ଆକାଶବାଣୀର ସଙ୍ଗିତ ନିର୍ଦେଶକ ତଥା ବରିଷ୍ଠ କଣ୍ଠଶିଳ୍ପି ପଦ୍ମଲୋଚନ ଦାସ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗିମାନଙ୍କୁ ସମ୍ମାନୀତ କରିବା ସହ ସଂଘର ବରିଷ୍ଠ କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସମ୍ପାଦକ ତ୍ରିଶୁଳ ଭଂଜ ବିବରଣୀ ପାଠ କରିଥିଲେ । ପ୍ରମୋଦ ପ୍ରଧାନ ମଂଚ ପରିଚାଳନା କରିଥିଲେ ।
ମଗଧା ଗଉଡ ଯାଦବ ସମାଜର ସାଙ୍ଗଠନିକ ବୈଠକ
ବୌଦ୍ଧ,୮/୫: ବୌଦ୍ଧ ଦିବ୍ୟଜୀବନ ସଂଘ ପରିସରରେ ବୌଦ୍ଧ ଜିଲ୍ଲା ମଗଧା ଗଉଡ ଯାଦବ ସମାଜର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମାଜର ସଭାପତି ଗୋବର୍ଦ୍ଧନ ନାଗ ଅଧ୍ୟକ୍ଷତା କରିଥିଲେ ।
ସମାଜର ବିଭିନ୍ନ ସମସ୍ୟାର ସମାଧାନ, ସଂଗଠନ ଉପରେ ବିସୃତ ଆଲେଚନା ହୋଇଥିଲା । ଆଗାମୀ ଦିନରେ ସମାଜର ଏକ ବାର୍ଷିକ ଉତ୍ସବ ଓ ସ୍ମରଣୀକା ଉନ୍ମୋଚନ ନେଇ ଆଲୋଚନା ହୋଇଥିଲା । ବୈଠକରେ ସମାଜର ସଂପାଦକ ମନରଂଜନ ଷାଣ୍ଡ, ଉପଦେଷ୍ଟା ଧ୍ରୁବଚରଣ ଘିବେଲା, ରବିନ୍ଦ୍ର କୁମାର ରାଉତ, ତ୍ରିନାଥ ମାହାର, ଆଶୋକ ବାଘ ପ୍ରମୁଖ ଯୋଗ ଦେଇଥିଲେ ।
ବୌଦ୍ଧରେ ନାରଦ ଜୟନ୍ତୀ ପାଳିତ
ବୌଦ୍ଧ,୮/୫: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାର ବିଭାଗ ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନାରଦ ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ ସଭାରେ ଅଧ୍ୟକ୍ଷତା କରି ମହର୍ଷି ନାରଦଙ୍କ ଜୀବନ ଚରିତ ଆଲୋଚନା କରିବା ସହ ତାଙ୍କର କାର୍ଯ୍ୟ ଶୈଳୀ କୁ ଅବଲମ୍ବନ କରି ପ୍ରତ୍ୟେକ ସାମ୍ବାଦିକ କାର୍ଯ୍ୟ କଲେ ଜଣେ ସଫଳ ସାମ୍ବାଦିକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ଗ୍ରାମ ବିକାଶ ସଂଯୋଜକ ଲକ୍ଷ୍ମଣ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ ଲୁକ୍ କାୟିତ ତଥ୍ୟ କୁ ଲୋକଲୋଚନକୁ ଆଣି ପାରିଲେ ପ୍ରତ୍ୟେକ ସାମ୍ବାଦିକ ସମାଜରେ ଲୋକା ଦୃତ ହୋଇପାରିବେ ବୋଲି ମତ ଉପସ୍ଥାପନ କରି ଥିଲେ ।
ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟ କାନ୍ତ ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଜିଲ୍ଲା ପ୍ରଚାର ପ୍ରମୁଖ ପଦ୍ମଚରଣ ମେହେର ଅତିଥି ପରିଚୟ କରିଥିଲେ । ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜୟ କୁମାର ସାହୁ,ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଧରଣୀ ଧର ପରିଡ଼ା,ସତ୍ୟାନନ୍ଦ ପାଣ୍ଡେ,ସିଣ୍ଟୁ ମହାକୁଡ଼, ଶମ୍ଭୁ ପ୍ରସାଦ ମିଶ୍ର, ଆଶୁତୋଷ ଦାଶ, ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ ଆଇଆରବି ପଂଚମ ବାଟାଲିଅନ ପରିଦର୍ଶନ କଲେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ
ବୌଦ୍ଧ,୮/୫: ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର ପି କୋଚେ ଦିନିକିଆ ବୌଦ୍ଧ ଜିଲା ଗସ୍ତରେ ଆସି ବଲାସିଂଗା ସ୍ଥିତ ଆଇଆରବି ପଂଚମ ବାଟାଲିଅନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଇଆରବି ପଂଚମ ବାଟାଲିଅନ ପରିସରରେ ନୂତନ ଓଡ୍ରାଫ କୋଠାର ଉଦ୍ଘାଟନ କରିଛନ୍ତି ।
ଏହା ସହିତ ଆଇଆରବି ପଂଚମ ବାଟାଲିଅନ ପରିସରରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର ପି କୋଚେ ବୃକ୍ଷରୋପଣ କରିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଆଇଆରବି ପଂଚମ ବାଟାଲିଅନର କାର୍ଯ୍ୟକଳାପ, ପରିଚାଳନା ନେଇ ସମୀକ୍ଷା କରିଛନ୍ତି ।
ତାଙ୍କର ଏହି ଗସ୍ତ ସମୟରେ ଆଇଆରବି ପଂଚମ ବାଟାଲିଅନ କମାଣ୍ଡେଣ୍ଟ ଦୁର୍ବାସା ନାୟକ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟଲଳିତ କୁମାର ମେହେର ଙ୍କ ସମତେ ଅନ୍ୟ ଅଧିକାରୀ ଓ କମୟଚାରୀମାନେ ଉପସ୍ଥିତ ରହିଥିଲେ ।

ଛତ୍ରଙ୍ଗ ପଞ୍ଚାୟତରେ ମନରେଗା ରେ ମହା ଦୁର୍ନୀତି … ଗୋଚର ଜମି ଉପରେ କ୍ଷେତ ପୋଖରୀ ଖନନ…

ହରଭଙ୍ଗା,୮/୫ : ସରକାରଙ୍କ ମନରେଗା ଉନ୍ନତି ମୂଳକ ଯୋଜନା ଖୋଦ ଗୋଚର ଜମିରେ ହୋଇଥିବା ଜଣାପଡିଛି ।ଏପରିକି ଦୁର୍ନୀତିଗ୍ରସ୍ତ କର୍ମଚାରୀ ମାନେ ଦୁର୍ନୀତି କୁ ପ୍ରଶୟ ଦେଇ ୧.୬୫୦୦୦ଟଙ୍କା ଏହି ଯୋଜନାରେ ଉଠାଯାଇଥିବା ନେଇ ସରକାର ଙ୍କ ଅନଲାଇନ ସାଇଟ ରୁ ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ଅନ୍ତର୍ଗତ ବଳଦମୁଣ୍ଡା ଗ୍ରାମରୁ ଆସିଛି ଏଭଳି କେଳେଙ୍କାରୀ ଚିତ୍ର!ଗ୍ରାମର ସଚ୍ଚିନ୍ଦ୍ର କହଁର ଙ୍କ ନାମରେ ୨୦୧୯/୨୦ ମସିହାରେ ମନୋରେଗା ଯୋଜନାରେ କାର‌୍ୟ୍ୟର କୋର୍ଡ ନମ୍ବର :୨୪୨୬୦୦୨୦୦୬/ଓୠ/୧୦୪୬୩୫୯୧କ୍ଷେତ ପୋଖରୀ ସାମିଲ କରାଯାଇଥିଲା!
ଯାହାକି ଚଳିତ ବର୍ଷ ଏହାକୁ ମେସିନ ସହାୟତା ରେ ଖୋଳାଇ ୧୪୮୯୮୩ଟଙ୍କା ଉଠା ଯାଇଥିଲା!ଆଶ୍ଚର୍ଯ୍ୟର କଥା ଏହିକିଯେ ଏହି ପୋଖରୀ ହୋଇଥିବା ସ୍ଥାନଟୀ ସଚ୍ଚିନ୍ଦ୍ର ଙ୍କ ବ୍ୟକ୍ତିଗତ ଜାଗା ହୋଇନଥିବା ବେଳେ ଏହା ଗୋଚର ଜାଗା ବୋଲି ସ୍ଥାନୀୟ ଛତ୍ରଙ୍ଗ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏପଟେ ଜାଗା ଜିଓଟେକ କରି ଆସିଥିବା ଅଧିକାରୀ ଜାଣି ଥିଲେ ନାଁ ଜାଣି ଶୁଣି ଦୁର୍ନୀତି କୁ ପ୍ରଶୟ ଦେଇ ଉକ୍ତ ଜାଗା ରେ ପୋଖରୀ ଖୋଲିବାକୁ ଅନୁମତି ଦେଇଥିଲେ ।
ଗତ ସପ୍ତାହ ରେ ଲୁଣିବାହାଲ ପଞ୍ଚାୟରେ ଏଭଳି ଗୋଚର ଜମିରେ ପୋଖରୀ ଖୋଳି ଥିବାର ନଗ୍ନ ଚିତ୍ର ଗଣମାଧ୍ୟମରେ ପ୍ରକାଶ ହୋଇଥିବା ବେଳେ ତାହାର ତଦନ୍ତ ପ୍ରକ୍ରିୟା କୁ ବୌଦ୍ଧ ପି ଡି ଙ୍କ ନିର୍ଦେଶ ରେ ଏକ ବୈଷୟିକ ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ଆଜି ପୁଣି ସେଭଳି ନଗ୍ନ ଚିତ୍ର ବ୍ଲକ ର ଛତ୍ରଙ୍ଗ ପଞ୍ଚାୟତ ରେ ଦେଖିବାକୁ ମିଳିଛି ! ଅନ୍ୟପଟେ ସୂଚନା ଫଳକରେ ପୁଣି କାର‌୍ୟର କୋର୍ଡ ନଂ ନଥିବା ବେଳେ ଏତେ ଟଙ୍କା ଚଳୁ ନେଇ ଜନସାଧାରଣ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ଦାୟୀ କରୁଛନ୍ତି!ଓ ଏହି କ୍ଷେତ ପୋଖରୀ କେଳେଙ୍କାରୀ ପରେ ଆହୁରି ଅନେକ କେଳେଙ୍କାରୀ ଗୁମର ଛତ୍ରଙ୍ଗ ପଞ୍ଚାୟତ ରେ ଜଡିତ ଥିବା ନେଇ ସାଧାରଣ ରେ ଅଭିଯୋଗ ଉଠୁଛି ।
ଏନେଇ ସମ୍ପୃକ୍ତ କନିଷ୍ଟଯନ୍ତ୍ରୀ ଶ୍ରୀ ଦୋରା ଙ୍କୁ ପଚାରିବାରୁ ଉକ୍ତ ପୋଖରୀ ଖୋଳା କାର୍ଯ୍ୟ ଜିଓଟେକ ମାଧ୍ୟମରେ ହୋଇଛି କୌଣସି ଗୋଚର ଜମିରେ କରାଯାଇନାହିଁ ଏବଂ ଉକ୍ତ କାର୍ଯ୍ୟର କୌଣସି ବିଲ ହୋଇନାହିଁ ବୋଲି କହି କଥା କୁ ଏଡାଇ ଦେଇଥିଲେ କ୍ଷ ଉକ୍ତ ପୋଖରୀ ଖୋଳା କେଳାଙ୍କାରୀ ଦୁର୍ନୀତି କୁ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାସହ ସଠିକ ତଦନ୍ତ କରି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031