Indus Valley Times

ବୌଦ୍ଧରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୧୨୦୯ ଟି ବିଚାରାଧୀନ କେସ ଫୈସଲା ସହିତ ୭୪,୯୩,୮୫୮ ଟଙ୍କା ଆଦାୟ ହେଲା

 Breaking News

ବୌଦ୍ଧରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୧୨୦୯ ଟି ବିଚାରାଧୀନ କେସ ଫୈସଲା ସହିତ ୭୪,୯୩,୮୫୮ ଟଙ୍କା ଆଦାୟ ହେଲା

May 09
22:55 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯./୫: ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଶ୍ରୀ ପ୍ରତାପ କୁମାର ପାତ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଲୋକ ଅଦାଲତରେ ସର୍ବମୋଟ ୧୨୦୯ ଟି ବିଚାରାଧୀନ କେସ୍ ଯଥା ମୋଟର ଦୁର୍ଘଟଣା ଜନିତ ମାମଲା, ପାରିବାରିକ ମାମଲା, ଦେବାନୀ ମାମଲା, ଗ୍ରାହକ ବିବାଦ, N.I. Act, Criminal Compoundable, Money Recovery Case, other Criminal Cases  ଏବଂ ୧୪ ଟି ପ୍ରାକ ମାମଲା କେସ୍ ଯଥା ବ୍ୟାଙ୍କ କେସ୍, ବିଦ୍ୟୁତ ମାମଲା, ଟ୍ରାଫିକ ଚାଲାଣ ମାମଲା ଇତ୍ୟାଦି ରଖାଯାଇଥିଲା । ଏଥିରୁ ମୋଟ ୭୪,୯୩,୮୫୮/- ଟଙ୍କା ଆଦାୟ କରାଯାଇଥିଲା ।
ଏଥିରେ ଶ୍ରୀ ଅଖିଳ କୁମାର ପଶ୍ଚିମକବାଟ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ବୌଦ୍ଧ, ଶ୍ରୀ ନିରଞ୍ଜନ ପାତ୍ର, ମୁଖ୍ୟ ନ୍ୟାୟାଧିଶ ଅଧିକାରୀ, ଶ୍ରୀମତୀ ସୁନନ୍ଦା ସାହୁ, ମହିଳା ଅଦାଲତ ବିଚାରପତି, ଶ୍ରୀ ଜୟ ପ୍ରକାଶ ନାୟକ, ରେଜିଷ୍ଟ୍ରାର, ଦେବାନୀ ଅଦାଲତ, ଶ୍ରୀମତୀ ଅନୁଶିଳା ରୟ, ବରିଷ୍ଠ ଦେବାନୀ ବିଚାରପତି, ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ, ଶ୍ରୀ ନିରଞ୍ଜନ ଦାଶ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀମତୀ ସୁସ୍ମିତା ପ୍ରିୟଦର୍ଶିନୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ କୁମ୍ଭାର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ବୌଦ୍ଧ ଏବଂ ବୌଦ୍ଧର ଓକିଲ ଗଣ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930