Indus Valley Times

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

 Breaking News

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

August 21
23:04 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୮:ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୧୦ ଟା ୫୪ ମିନିଟ ରୁ ୧୧ଟା ୧୦ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ ।
ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କିତ ମତାମତ ନିଆଯିବା ପରେ ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ନେଇ ପଣ୍ଡିତ ସିଦ୍ଦେଶ୍ୱର ଯୋଶୀ ସୂଚନା ଦେଇଥିଲେ । ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି ।
ଏହି ଅବସରରେ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ମଧୁସୂଦନ ମିଶ୍ର, ପୂଜକ ସାନନ୍ଦ ବଡମାଳି, ହରିହର ବଡମାଳି, ବିଭୂତି ବଡମାଳି, ତରଣୀ ବଡମାଳି, ଏକା ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି, ସୂର୍ଯ୍ୟ ଶତପଥି, ସଂପଦ ଅଗ୍ରୱାଲା, ଫକିର ଘଢ଼େଇ, ଅମର ସାହୁ, ମିଥୁନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031