Indus Valley Times

ବୌଦ୍ଧ : ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

 Breaking News

ବୌଦ୍ଧ : ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

July 23
19:48 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୭: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଦଭିଦ ବିଜ୍ଞାନ ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସର ସମ୍ପାଦକ ପ୍ରବୀର କୂୁମାର ଦାସ ୨୦୧୯-୨୦ ବର୍ଷ ପାଇଁ ଉଲ୍ଳେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ପକ୍ଷରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପାଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କ ତରଫରୁ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଥିଲେ ।
ଭାରତର ଛଅ ଜଣଙ୍କ ମଧ୍ୟରୁ ଅଧ୍ୟାପକ ଶ୍ରୀ ଦାସ ମନୋନୀତ ହୋଇ ଏହି ସମ୍ମାନ ପାଇଛନ୍ତି । ରେଡକ୍ରସର ଆଜିବନ ସଦସ୍ୟ ଭାବରେ ଏହି ଜାତୀୟ ପରୁସ୍କାର ପାଇଥିବାରୁ ଜିଲ୍ଲାର ଓ ରାଜ୍ୟର ସ୍ୱେଚ୍ଚାସେବୀ ମହଲରେ ଆନନ୍ଦ ଖେଳିଯାଇଛି । ଅଧ୍ୟାପକ ଦାସ ଏହି ସମ୍ମାନ ପାଇ ଜିଲ୍ଲାପାଇଁ ଗୌରବ ଅଣିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜଣାଯାଇଛି ।
ଶଗଡ଼ିଆ ନାଳ ଉପରେ ଉଚ୍ଚ-ଲେବୁଲ ସେତୁ ନିର୍ମାଣ ହେବ:ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସ
ହରଭଙ୍ଗା,୨୩/୭: ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା। ଏହି ସେତୁ ନିର୍ମାଣ ହେବାର ୪୦ବର୍ଷ ବିତିଗଲାଣି।
ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେଏହି ସେତୁ ଉପରେ ୫ଫୁଟରୁ ଉର୍ଦ୍ଧ ବନ୍ୟାଜଳ ପ୍ରବାହିତ ଯୋଗୁଁ ଏହି ଅଂଚଳଟି ଜଳବନ୍ଦୀ
ହୋଇପଡୁଛି ଏବଂ ଯୋଗାଯୋଗ ବିଛିନ୍ନ ହେବାସହ ହରଭଙ୍ଗା କଲେଜରୁ ଯାଇପାରୁନାହାନ୍ତି।ସେତୁ ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ରୋଗୀଟି ମଧ୍ୟ ଚିକିତ୍ସା ପାଇଁ ଆସିପାରୁନାହାନ୍ତି।ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ୩୦ହଜାରରୁ
ଉର୍ଦ୍ଧ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।
କାରଣ ହରଭଙ୍ଗା ଠାରେ ଡାକ୍ତର ଖାନା,ଥାନା, କଲେଜ, ବ୍ୟାଙ୍କ ଆଦି ବହୁ ଗୁରୁତ୍ୱ ପୁର୍ଣ ସରକାରୀ କାର୍ଯ୍ୟାଳୟ ଅଛି, ଜନସାଧାରଣ ଏହି ସେତୁ ବାଟ ଦେଇ ହରଭଙ୍ଗା ବଜ଼ାର କୁ ଆସନ୍ତି।
ବର୍ଷା ଜଳ ଏହି ସେତୁ ଉପରେ ୫ଫୁଟ ଉଚ୍ଚତାରେ ପ୍ରବଳ ବେଗରେ ଜଳ ପ୍ରବାହିତ ଯୋଗୁଁ ଦୀର୍ଘ ସମୟ ଧରୀ ଯୋଗାଯୋଗବିଛିନ୍ନ ହୋଇପଡୁଛି।
ଏଣୁ ଦୀର୍ଘ ଦିନରୁ ଏଠାରେ ଉଚ୍ଚ ଲେବୁଲ ସେତୁ ନିର୍ମାଣ କରିବାପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବୌଦ୍ଧ ବିଧାୟକ ତଥା ପଂଚାୟତରାଜ ମନ୍ତ୍ରୀପ୍ରଦୀପ କୁମାର ଅମାତଙ୍କୁ ଅଂଚଳ ବାସୀ ଦାବୀ କରିଆସୁଥିଲେ।
ବର୍ତମାନ ଏହି ‘ଶଗଡ଼ିଆନାଳଉପରେ ଉଚ୍ଚ ଲେବୁଲ ସେତୁ କରିବା ପାଇଁ ବୌଦ୍ଧ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ପୂର୍ତ୍ତ ବିଭାଗକୁ ଅଟକଳ କରାଯାଇ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟ ପୂର୍ତ୍ତ ବିଭାଗ ଏହା ଅନୁମୋଦନ କରି ଆସନ୍ତା ଅକ୍ଟୋବର ମାସରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ ଦାସପ୍ରକାଶ କରିଛନ୍ତି।
ବୌଦ୍ଧ: କୁରୁମପଦର ଧାନ କ୍ରୟ କେନ୍ଦ୍ର ଉଚ୍ଚେଦ ନକରିବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ଚାଷୀ ,ଧାନ କ୍ରୟ କେନ୍ଦ୍ର ଉେଚ୍ଛେଦ ହେଲେ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ
ବୌଦ୍ଧ,୨୩/୭: ବøଦ୍ଧ ଏକ କୃଷିପ୍ରଧାନ ଜିଲ୍ଲା ଅଟେ । ଜିଲ୍ଲାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ ମୁଖ୍ୟ କହିଲେ ଚାଷ କହିଲେ ଧାନ ଚାଷ । ଚାଷୀ ଧାନ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାଏ । ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଧାନ କେନ୍ଦ୍ର (ମଣ୍ଡି) ୍େ‌ଖାଲାଯାଇ ଚାଷୀଙ୍କ ଠାରୁ ଧାନ କିଣି ଆସୁଅଛି । ଫଳରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ଲାଭବାନ ହେବା ସହ ଅଭାବୀ ବିକ୍ରିରୁ ରକ୍ଷା ପାଇଥାଏ ।
କିନ୍ତୁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବୌଦ୍ଧ ବ୍ଳକର କସୁରବନ୍ଧ ଗ୍ରାମପଞ୍ଚାୟତର କୁରୁମପଦର ଧାନ କ୍ରୟ କେନ୍ଦ୍ର (ମଣ୍ଡିକୁ) ବନ୍ଦ କରିବାକୁ ଯାଉଥିବା ଜାଣିବା ପରେ ଚାଷୀ ମାନେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି । କସୁରବନ୍ଧ ପଞ୍ଚାୟତର ରକ୍ସା ସେବା ସମବାୟ ସମିତିର କୁରୁମପଦର ଠାରେ ଗତ ୨୦୧୭-୧୮ ମସିହା ଠାରୁ ଏକ ଧାନ ମଣ୍ଡି ଖୋଲାଯାଇ ଧାନ କ୍ରୟ ହୋଇଆସୁଅଛି ।
ଚାଷୀ ମାନେ ଖରିଫ ଓ ରବି ରୁତୁ ଧାନକୁ ବିକ୍ରି କରିଆସୁଅଛନ୍ତି । ମଣ୍ଡିଟି ଯେଉଁ ସ୍ଥାନରେ ହୋଇଛି ତାହା ପଥରିଆ ସ୍ଥାନ ଓ କ୍ରଂକିଟ ହୋଇଥିବା ସହ ଏହା ଜାତୀୟ ରାଜପଥ କଡରେ ହୋଇଥିବାରୁ ଚାଷୀ ମାନେ ଠିକ ଭାବେ ଧାନ ଆଣି ବିକ୍ରି କରିଆସୁୃଛନ୍ତି ।
କିନ୍ତୁ ଏବର୍ଷ ଉକ୍ତ ମଣ୍ଡିରେ ଚାଷୀ ପଂଜିକରଣ ନକରି ମଣ୍ଡିକୁ ବନ୍ଦ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଶୁଣିବା ପରେ ଶୁକ୍ରବାର ଦିନ ରକ୍ସା ସେବା ସମବାୟ ସମିତିର ଶତାଧିକ ଚାଷୀ ଚାଷୀ ନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବା ହେବା ଲିଖିତ ଭାବେ ବନ୍ଦ ନକରିବାକୁ ଦାବୀ କରିଛନ୍ତି । ଉକ୍ତ ମଣ୍ଡିରେ ଚାଷୀଙ୍କ ନାମ ପଂଜିକରଣ କରିବା ସହିତ ଧାନ କ୍ରୟ କେନ୍ଦ୍ର ଚାଲୁ ରଖିବାକୁ ନିବଦେନ କରିଛନ୍ତି ।
ଯବି ସରକାର ତିନିଦିନ ମଧ୍ୟରେ ଏହାର ବିଚାର କରି ତୁରନ୍ତ ପୁର୍ନବାର ଉକ୍ତ ଧାନ କ୍ରୟ କେନ୍ଦ୍ରରେ ଚାଷୀ ପଂଜିକରଣ ସହ ମଣ୍ଡି ଚାଲୁ ରଖିବାକୁ ଅନୁମତି ନଦେଲେ ଆଗାମୀ ଦିନରେ ହଜାର ହଜାର ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚୋତାବନୀ ଦେଇଛନ୍ତି । ଏହା ସହ ଏକ ଦାବୀ ପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଥିଲେ ।
ବୌଦ୍ଧ: ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କଂଗ୍ରେସ ମୁଖିଆ ସୋନିଆଁ ଗାନ୍ଧୀଙ୍କୁ ଜେରା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ହରତାଲ ଓ ପ୍ରତିବାଦ
ବୌଦ୍ଧ୨୩/୭ : କେନ୍ଦ୍ରରେ ବିଜେପି ସରକାର କ୍ଷମତାରେ ଆସିବା ଦିନଠାରୁ ଗାନ୍ଧୀ ପରିବାରର ସଦସ୍ୟମାନଙ୍କୁ କ୍ଷମତାର ଅପବ୍ୟବହାର କରି ବିଭିନ୍ନ ପ୍ରକାର ହଇରାଣ କରୁଥିବାବେଳେ କଂଗ୍ରେସ ନେତ୍ରୀ ସୋନିଆଁ ଗାନ୍ଧୀଙ୍କୁ ରାଜନୈତିକ ଅଭିସନ୍ଧିମୂଳକ ଭାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା ପାଇଁ ଡକାଯାଉଅଛି । ଦେଶରେ ବେକାରୀ ସମସ୍ୟା ଉତ୍କଟ ପରିସ୍ଥିତିରେ ପହଞ୍ଚିଲାଣି ।
ଦୁର୍ନୀତି ସୀମା ଅତିକ୍ରମ କରିସାରିଥିବାବେଳେ ସରକାରୀ କଳର ଅପବ୍ୟବହାର କରି ବିରୋଧୀ ଦଳମାନଙ୍କ ସ୍ୱର ଦବାଇବାର ଅପଚେଷ୍ଟା ଜାରି ରହିଛି । ତେଣୁ ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ କେନ୍ଦ୍ରରେ କ୍ଷମତାରେ ଥିବା ମୋଦି ସରକାରଙ୍କ ମନୋମୁଖୀ କାର୍ଯ୍ୟର ଦୃଢ ନିନ୍ଦା କରାଯିବା ସହିତ ଗାନ୍ଧୀ ପରିବାର ବିରୋଧରେ ବିନା ପ୍ରମାଣରେ ରାଜନୈତିକ ଅଭିସନ୍ଧିମୂଳକ ଭାବରେ ତଦନ୍ତ ନାମରେ ବାରମ୍ବାର ଡକାଇ ହଇରାଣ କରାଯିବା ଘଟଣାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଶୁକ୍ରବାର ଦିନ ଏନେଇ ବୌଦ୍ଧ ଏନଏସି ଛକଠାରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ଓ ହରତାଲ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁଧିର କୁମାର କର୍ଣ୍ଣ,ଶାନ୍ତନୁ କୁମାର ମହାପାତ୍ର,ପିସିସି ସଦସ୍ୟ ରାଏ ସଂଜିବ କୁମାର ଦେଓ,ଆଇନ ସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ଜିଲ୍ଲା ଉପସଭାପତି ସମରେଶ ମିଶ୍ର,ଗଣେଶ ପ୍ରସାଦ ଅଗ୍ରୱାଲା,ପ୍ରଦିପ କୁମାର ଦାସ,ପଙ୍କଜ କୁମାର କର୍ଣ୍ଣ,କୁମୁଦ କୁଦେଇ,ଉଦୟନାଥ ଶର୍ମା,ନାରାୟଣ ବେହେରା,ପଲସ୍ତି ପ୍ରଧାନ,ଧିରୁ ମହାକୁଳ,ଜାମିନି ମୁଖୀ,ଶିବ ବେହେରା,ଅର୍ଜୁନ ମହାନନ୍ଦିଆ,ରୋହିତାଶ୍ୱ ବେହେରା ଓ ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଡଙ୍କ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30