Indus Valley Times

ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

 Breaking News

ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
November 16
23:17 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୧ : ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ପ୍ରଥମେ ଚାରିଛକ ସ୍ଥିତ ୫୦୦୦ ଲିଟେ କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ । ଚାଷୀମାନଙ୍କ ରୋଜଗାର ବୃଦ୍ଧିକୁ ସୁନିଶ୍ଚିତ କରିବା ଓ ଦୁଗ୍ଧ ସଂଗ୍ରହକୁ ସରଳ କରିବା ଉଦ୍ଦେଶ୍ୟରେ ଏହାର ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପଶ୍ଚିମ ଓଡ଼ିଶା ବାକାଶ ପରିଷଦର ଏହି ଆର୍ଥିକ ଅନୁଦାନରେ ଶୀତଳୀକରଣ କ୍ଷମତା ବୃଦ୍ଧି କରିବା ସଙ୍ଗେସଙ୍ଗେ ବୌଦ୍ଧ ଜିଲ୍ଲାରେ ୫୦୦୦ ଦୁଗ୍ଧ ଚାଷୀମାନଙ୍କ ଠାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୫୦୦୦ ଲିଟର ଦୁଗ୍ଧ ସଂଗ୍ରହ କରିବାପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ପ୍ରାୟ ୧୦୦୦୦ ଦୁଗ୍ଧ ଚାଷୀ ପରିବାରଲାଭାନ୍ୱିତ ହୋଇପାରିବେ ।
ଏହି ଅବସରରେ ଶ୍ରୀ ତ୍ରିପୋଠୀ ୩୦୦ ଜଚ୍ଚଗୋପାଳକଙ୍କୁ ଗାଈ ଗୁହାଳ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ ସହିତ ମିଲ୍କ କେନ୍ ମଧ୍ୟ ବିତରଣ କରିଥିଲେ । ପରିଷଦ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧କୋଟ ୩୫ ଲକ୍ଷ ୩୨ ହଜାର ୬ଶହ ୭୦ ଟଙ୍କା ମଞକଜୁର କରାଯାଇଥିଲା । ଉକ୍ତ ଅନୁଦାନରେ ବିଏମସି ଗଙ୍ଗର ମରାମତି କରିବା ସହ ଦୁଗ୍ଧ ଶୀତଳୀକରଣର ବ୍ୟବସ୍ଥା କରାଯାଇଛି ।
ପରେ ମନମୁଣ୍ଡା ବିଏମସି ପରିସରରେ ବୁଣାକାର ସଚେତନତା ଶିବିରରେ ବୁଣାକାର ମାନଙ୍କୁ ସାକ୍ଷାତ କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ବୟନ ଜ୍ୟୋତି ଯୋଜନାରେ ବୟନଶିଳ୍ପ ହିତାଧିକାରୀଙ୍କୁ କର୍ମଶାଳା ତଥା ବାସଗୃହ ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ୪୭୭ ଜଣ ହିତାଧିକାରୀଙ୍କୁ ୧୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ବଳିଆ ଯୋଜନାମାଧ୍ୟମରେ ୧୦୦ ଜଣ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଲେଖାଏଁ ସୁଧମୁକ୍ତ ଋଣ ପ୍ରଦାନ କରିଥିଲେ । ଏହି ଅବସରରେଶ୍ରୀ ତ୍ରିପାଠୀ କହିଛନ୍ତି , ନୂତନ ଜ୍ଞାନକୌଶଳ ମାଧ୍ୟମରେ ବଜାର ଚାହିଦା ମୁତାବକ ବସ୍ତ୍ର ଉତ୍ପାଦନ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏହା ସହ ବୁଣାକାର ଉଦ୍ଦ୍ୟୋଗୀ ସଂଘ ମାନଙ୍କୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟ କ୍ରମରେ ବହୁ ମାତ୍ରାରେ ବୁଣାକାର ଓ ହସ୍ତ ଶିଳ୍ପ ମହିଳମାନେ ଏଥିରେ ଯୋଗ ଦେଇ ରାଜ୍ୟ ସରକାର ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅନ୍ୟପକ୍ଷେ ବୀରନରସଂହପୁର ସ୍ଥିତ ଅକ୍ସି ଟକ୍ଟ୍ରରିଜିମ୍ ଇକୋ ପାର୍କର ପରିଦର୍ଶନ କରିଥିଲେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ନୃସିଂହ ଚରଣ ସ୍ୱାଇଁ ୁପସ୍ଥିତ ଥିବା ବେଳେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ÷ଅଧିକାରୀ ଡ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
ରୋଜାଲିନ୍ ସାହୁ
ଲୋକସମ୍ପର୍କ ଅଧିକାରୀ, WODC

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031