Indus Valley Times

ବୌଦ୍ଧ : ଜିଲାସ୍ତରୀୟ ଧାନକ୍ରୟ ବୈଠକ

 Breaking News

ବୌଦ୍ଧ : ଜିଲାସ୍ତରୀୟ ଧାନକ୍ରୟ ବୈଠକ

November 23
21:14 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୧୧ : ବୌଦ୍ଧ ଜିଲାସ୍ତରୀୟ ଧାନକ୍ରୟ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସୁବ୍ରତ କୁମାର ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇଥିଲେ ।
ଆସନ୍ତା ଡିସେମ୍ବର ୧୭ ତାରିଖରୁ କଣ୍ଟାମାଳ ବ୍ଲକରେ ଏବଂ ଡିସେମ୍ବର ୨୪ ତାରିଖରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଧାନମଣ୍ଡି ଖୋଲିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଚଳିତବର୍ଷ ରାଜ୍ୟରେ ସରକାର ପରିର୍ବତନ ସହିତ ନୂତନ ଧାନକ୍ରୟ ନିତି ଯୋଗୁଁ ଚାଷୀମାନେ ଯେପରି ସମସ୍ୟାର ସମ୍ମୁଖିନ ନହେବେ ସେଥିପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମିଲରମାନେ ଧାନକ୍ରୟରେ ସହଯୋଗ କରିବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ ।
ଚଳିତବର୍ଷ ୪୩୧୨୦ ଜଣ ଚାଷୀ ଧାନ ବିକ୍ରୟ କରିବାକୁ ପଂଜିକୃତ କରିଥିବାବେଳେ କାଗଜପତ୍ର ଯାଞ୍ଚ ପରେ ସେମାନଙ୍କ ମଧ୍ୟରୁ ୪୩୧୦୯ ଜଣ ଚାଷୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ଚଳିତବର୍ଷ ୧୬,୦୧,୧୮୫,୨୯ କ୍ୟୁଣ୍ଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ ଧାର‌୍ୟ୍ୟ କରାଯାଇଛି । ଧାନ କ୍ରୟ ପାଇଁ ୬୦ ଗୋଟି ମଣ୍ଡି ଓ ଅଧିକ ଚାଷୀ ଥିବା ମଣ୍ଡି ଅଞ୍ଚଳରେ ଅତିରିକ୍ତ ଭାବରେ ୫ ଗୋଟି ମଣ୍ଡି ଖୋଲାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ସମବାୟ ସମିତି ସମୁହର ସହକାରୀ ଉପନିବନ୍ଧକ ହାଡିବନ୍ଧୁ ମହାଖୁଡ, ଚାଷୀ ପ୍ରତନିଧି ସୂର୍ଯ୍ୟନାରାୟଣ ମହାପାତ୍ର,ମନୋରଂଜନ ଦାଶ,ରବି କୁମାର ଦେଓ,ମିଲର ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲ.ଙ୍କ ସମେତ ସମସ୍ତ ମିଲମାଲିକମାନେ ଓ ଯୋଗାଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଂସଦା ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930