Indus Valley Times

ବୌଦ୍ଧ : ଜିଲ୍ଲାପାଳଙ୍କ ଅଧକ୍ଷତାରେ କୌଶଳ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ : ଜିଲ୍ଲାପାଳଙ୍କ ଅଧକ୍ଷତାରେ କୌଶଳ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ

August 23
11:14 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୮ : ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ କୁ ଗଡିବ କୌଶଳ ରଥ ।
ଏହି କୌଶଳ ରଥ ର ବାଧାମୁକ୍ତ ଜ଼ିଲ୍ଲା ପରିକ୍ରମା ପାଇଁ ଜ଼ିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ତା ୨୮.୦୮.୨୦୨୪ ରୁ ୩୦.୦୮.୨୦୨୪ ରିଖ ଜ଼ିଲ୍ଲା ରେ ଏହି କୌଶଳ ରଥ ପରିକ୍ରମା କରିବ ।
ତା ୨୭.୦୮.୨୦୨୪ ରିଖ ଦିନ ଅପରାହ୍ନ ୫ ଟା ବେଳେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ପକ୍ଷ ରୁ ମନମୁଣ୍ଡା ରେ ସ୍ୱାଗତ କରାଯିବ । ତା ୨୮.୦୮.୨୦୨୪ ରିଖ ସକାଳ ୦୯.୩୦ ଘଟିକା ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଶୁଭାରମ୍ଭ କରାଯିବ ।
ସମସ୍ତ ତିନୋଟି ବ୍ଲକ ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ ପରିକ୍ରମା କରି ଛାତ୍ର ଛାତ୍ରୀ , ଅଭିଭାବକ ଏବଂ ପରିଦର୍ଶକ ମାନଙ୍କ ମଧ୍ୟରେ କ୍ଷତା ବୃଦ୍ଧି ଏବଂ ନିଯୁକ୍ତି, ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଉପରେ ସଚେତନତା ର ବାର୍ତା ବାଣ୍ଟିବ ।
ତତସହିତ ତିନୋଟି ବ୍ଲକ ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ ରେ ଛାତ୍ରଛାତ୍ରୀ ମାଙ୍କ ମଧ୍ୟ ରେ ବକ୍ତୃତା, ପ୍ରବନ୍ଧ ଲେଖା ପ୍ରତିଯୋଗିତା କରାଯିବ ।
ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଆରକ୍ଷୀ ନିରୀକ୍ଷକ, ବୌଦ୍ଧ ବ୍ଲକ ବିଡ଼ିଓ ଯୁଧିଷ୍ଠିର ମେହେର, ହରଭଂଗା ବ୍ଲକ ବିଡ଼ିଓ ଶରତ ସେଠି, କଣ୍ଟାମାଳ ବିଡ଼ିଓ ସାମୀ ରେଡ୍ଡୀ, ଜ଼ିଲ୍ଲା କଲ୍ୟାଣ ଅଧିକାରୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ, ଜ଼ିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ତିନୋଟି ବ୍ଲକ ର ବ୍ଲକ ଶିକ୍ଷା ଅଧିକାରୀ ସହିତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଅନୁଷ୍ଠାନ ର ଅଧକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ସଭା ରେ ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ସଭା ପରିଚାଳନା କରିଥିଲେ ଏବଂ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଆବଶ୍ୟକ ସ୍ଥଳେ ପରିବେଶ ପରିସ୍ଥିତି କୁ ନଜର ରେ ରଖି ଗୋଟିଏ ଦିନ ଅଧିକ ମଧ୍ୟ କୌଶଳ ରଥ ଜ଼ିଲ୍ଲା ରେ ପରିକ୍ରମା ପାଇଁ ରହି ପାରିବ ବୋଲି ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୂଚନା ଦେଇଛନ୍ତି ।
ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ, ୨୩/୮ : ବୃକ୍ଷ ହିଁ ଜୀଵନ କ୍ଷ ବୃକ୍ଷ ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ କ୍ଷ ବୃକ୍ଷ ମନୁଷ୍ୟର ବନ୍ଧୁ, ଭ୍ରାତା ଓ ମାତା ସଦୃଶ କ୍ଷ ବୃକ୍ଷ ହିଁ ନିୟମିତ ଭାବେ ବର୍ଷକ୍ଷ କରିବାରେ, ତାପମତ୍ରକ୍ଷ ହ୍ରାସ କରି ବିଶ୍ବରେ ତାପର ପ୍ରଭାବକୁ କମ୍ କରିଥାଏ ।ଆହୁରି ମଧ୍ୟ କଥାରେ ଅଛି ପରିବେଶ ସୁରକ୍ଷା ଜୀଵନ ରକ୍ଷାା
ସେହି କ୍ରମରେ ଆଜି ବିଶ୍ଵ ପରିବେଶ ଦିବସରେ ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ ଜ଼ିଲ୍ଲାପାଳଙ୍କ ଅଧକ୍ଷତାରେ କୌଶଳ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ
ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଲୋକପାଳ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ତଥା ଜିଲ୍ଲାପରିଷଦ କାର‌୍ୟ୍ୟଳୟର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥଲେ ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଆମ୍ବ,ନିମ୍ବ, ଦେବଦକ୍ଷରୁ, ଲେମ୍ବୁ, ପିଜୁଳି ଇତ୍ୟାଦି ବିଭିନ୍ନ ପ୍ରକାରର ଔଷଧୀୟ ତଥା ଫଳ ବୃକ୍ଷ ଅତିଥି ମାନଙ୍କ ଦ୍ଵାରା ରୋପଣ କରାଯାଇଥିଲକ୍ଷ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930