Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମର ପରିଦର୍ଶନ ଓ ସମୀକ୍ଷା

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମର ପରିଦର୍ଶନ ଓ ସମୀକ୍ଷା

ବୌଦ୍ଧ ଜିଲ୍ଲାପାଳଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଭିତ୍ତିଭୂମି ତଥା କାର୍ଯ୍ୟକ୍ରମର ପରିଦର୍ଶନ ଓ ସମୀକ୍ଷା
July 02
12:29 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୨/୭: ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ନିର୍ମାଣଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ତଥା ନିର୍ମାଣ ହେଇସାରିଥିବା ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।
ପ୍ରଥମେ ପୁରୁଣାକଟକର ୫୦ ଶଯ୍ୟା ବିଶିଷ୍ଟ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନୂତନ କୋଠାକୁ ବିଦ୍ୟୁତ ସଂଯୋଗ କରିବା ସହ ବାକି ରହିଯାଇଥିବା ସମସ୍ତ କାମକୁ ୧୫ ଦିନ ମଧ୍ୟରେ ସମାପ୍ତ କରି ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବାକୁ କୋଠା ନିର୍ମାଣ ଦାୟିତ୍ୱରେ ଥିବା ପୋଲିସ୍ ହାଉସିଂ କର୍ପୋରେସନର ଅତିରିକ୍ତ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ଚାରିଛକ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠାର କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ହସ୍ତାନ୍ତର କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହା ସହ ପୁରୁଣାକଟକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସହ ଆଲୋଚନା ସହ ଓମସା ଦ୍ୱାରା ଆହୁତ ଡାକ୍ତରଙ୍କ ସମୂହ ଧର୍ମଘଟ ବେଳେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା କିପରି ପ୍ରଦାନ କରାଯାଉଛି ତାହାର ପର୍ଯ୍ୟବେକ୍ଷଣ କରିଥିଲେ।
ଏ ଅବସରରେ ରୋଗୀମାନଙ୍କୁ ଉଚିତ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା, ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ଡାକ୍ତରଖାନା ଦାୟିତ୍ୱରେ ଥିବା ବିଭାଗୀୟ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଗିରିଜା ପ୍ରସାଦ ମିଶ୍ର, ଅତିରିକ୍ତ ଯନ୍ତ୍ରୀ ରାଧାକାନ୍ତ ମଲ୍ଲିକ, ସହକାରୀ ଯନ୍ତ୍ରୀ ଲିଜାରାଣୀ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930