Indus Valley Times

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ତ୍ୱରାନ୍ୱିତ

 Breaking News

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ତ୍ୱରାନ୍ୱିତ

ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ତ୍ୱରାନ୍ୱିତ
June 06
21:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ବୌଦ୍ଧ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ୱିତ କରାଯାଇଛି। ଭୋଟରମାନଙ୍କ ନିକଟରେ ଗଣନା ଫର୍ମ (EF) ପହଞ୍ଚାଇବା ଓ ଏହାର ସଠିକ୍ ପୂରଣ ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ରସ୍ତରରେ ସକ୍ରିୟ ଭାବେ ତଦାରଖ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ୮୬-ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳରେ ଘରକୁ ଘର ଯାଇ ଚାଲିଥିବା ଋୠ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ERO-କମ୍ ତହସିଲଦାର ହରଭଙ୍ଗା କର୍ଣ୍ଣ ସୁନା ତାଙ୍କ ସହ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ୱୟଂ ଭୋଟରମାନଙ୍କୁ ଋୠ ବଣ୍ଟନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରି ଦାଖଲ କରିବାକୁ ଅନୁରୋଧ କରିଥିଲେ।
ସେହିପରି ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ERO-କମ୍-ଅତିରିକ୍ତ ଜିଲ୍ଲାପାଳ, ଅନିରୁଦ୍ଧ ପଧାନ BLO ମାନଙ୍କ ଦ୍ୱାରା କରାଯାଉଥିବା ଋୠ ବଣ୍ଟନ କାର୍ଯ୍ୟର କ୍ଷେତ୍ରସ୍ତରୀୟ ତଦାରଖ କରିଥିଲେ। ସେ ବିଭିନ୍ନ ବୁଥ୍ ଅଞ୍ଚଳ ପରିଦର୍ଶନ କରି ଋୠ ବଣ୍ଟନର ଅଗ୍ରଗତି ସମୀକ୍ଷା କରିବା ସହ ଶତପ୍ରତିଶତ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାକୁ BLOମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଜିଲ୍ଲାର ଝଓଜ ଅନ୍ତର୍ଗତ ଏନ୍ୟୁମେରେସନ୍ ଫର୍ମ (EF) ବଣ୍ଟନ ସ୍ଥିତି ୦୬ ଜୁନ୍ ଅନୁସାରେ ୮୫-କଣ୍ଟାମାଳ ପାଇଁମୋଟ ଭୋଟର ୧,୭୦,୪୨୯ ଜଣ ଥିବାବେଳେ ୫୮୦୩୯ ଟି EF ବଣ୍ଟନ ହୋଇଛି ଯାହାର ହାର ଅଛି ୩୪ ପ୍ରତିଶତ ।
ସେହିପରି ୮୬-ବୌଦ୍ଧ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ଭୋଟର ୧୬୬୯୦୯ ଜଣ ଥିବାବେଳେ ୫୫,୧୧୧ ଟି ଋୠ ବଣ୍ଟନ ହୋଇଛି ଯାହାର ହାର ଅଛି ୩୩ ପ୍ରତିଶତ ।
ସମଗ୍ର ଜିଲ୍ଲାରେ ହାରାହାରି ୩୩.୫୪% ଫର୍ମ ବଣ୍ଟନ ହୋଇଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ଭୋଟରଙ୍କୁ SIR କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବା, EFସଠିକ୍ ଭାବେ ପୂରଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ BLOଙ୍କ ନିକଟରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି।
ଏକ ନିର୍ଭୁଲ, ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତଙ୍କ ସହଯୋଗ ଅପରିହାର୍ଯ୍ୟ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031