Legatus

ବୌଦ୍ଧ ଜିଲ୍ଲା ଷ୍ଟାଡିୟମର ଆଲୋକୀକରଣ ପ୍ରକଳ୍ପ ଉଦଘାଟିତ

 Breaking News

ବୌଦ୍ଧ ଜିଲ୍ଲା ଷ୍ଟାଡିୟମର ଆଲୋକୀକରଣ ପ୍ରକଳ୍ପ ଉଦଘାଟିତ

ବୌଦ୍ଧ ଜିଲ୍ଲା ଷ୍ଟାଡିୟମର ଆଲୋକୀକରଣ ପ୍ରକଳ୍ପ ଉଦଘାଟିତ
March 10
11:10 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୩ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମର ଆଲୋକୀକରଣ ପ୍ରକଳ୍ପ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଥିଲେ ।
ବୌଦ୍ଧ ନଗରପାଳ ମୃତ୍ୟୁଂଜୟ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଆଗାମୀ ଦିନରେ ଏହି ଜିଲ୍ଲା ଷ୍ଟାଡିୟମରେ ରାଜ୍ୟସ୍ତରୀୟ ସମସ୍ତ ପ୍ରତିଯୋଗିତା ହୋଇପାରିବ ସେହିପରି ଉପଯୋଗୀ କରିବାକୁ ମନ୍ତ୍ରୀ ଶ୍ରୀଅମାତ ଓ ସାଂସଦ ଡ. ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କନ୍ଧମାଳ ସାଂସଦ ପ୍ରତିନିଧି ତାରେଣୀ କୁମାର ମହାପାତ୍ର , ଶିବ ନାରାୟଣ ପଣ୍ଡା, କିଟ୍ ଅଧିକାରୀ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲା ଓକିଲ ସଂଘ ସଭାପତି ଧୁରୀଣ କୁମାର ଦେହୁରୀ, ଉପନଗରପାଳ ସୁବାସିନୀ ସେଠୀ ସମସ୍ତ କାଉନସିଲ, କ୍ରୀଡା ପ୍ରେମୀ ସାମିଲ ଥିଲେ ।
ଦୁଇ କୁଇ୍‌ଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ
ବୌଦ୍ଧ,୧୦/୩ : ବୌଦ୍ଧ ପୁଲିସ ପକ୍ଷରୁ ଶୁକ୍ରବାର ଦୁଇ କୁଇଣ୍ଟାଲ ଗଂଜେଇ ଜବତ ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୌଦ୍ଧଥାନା ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଗଂଜେଇ ଚାଲାଣ ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧଥାନା ର ଏକ ଟିମ୍ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବଲାସିଙ୍ଗା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକପ ଗାଡି ( ଓଡି ୧୯ ୟୁ ୦୯୦୦) କୁ ସରଣ୍ଡା ଗ୍ରାମ ନିକଟରେ ସନ୍ଦେହରେ ଅଟକାଇଥିଲେ ।
ଗାଡିକୁ ଯାଞ୍ଚ କରାଯିବାପରେ ଗାଡି ଭିତରୁ ଜରି ପ୍ୟାକେଟ୍ ରେ ଭର୍ତ୍ତି ହୋଇଥିବା ୨ କୁଇଣ୍ଟାଲ ଗଂଜେଇ ଜବତ କରାଯିବା ସହିତ ଗାଡିକୁ ମଧ୍ୟ ଜବତ କରିଛି । ଗାଡିରେ ଥିବା ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ସାତପରଡିଆ ଗ୍ରାମର ପିଣ୍ଟୁ ପ୍ରଧାନ (୨୯) ଓ ବିଲିଖମନ ଗ୍ରାମର ନିରଂଜନ ବେହେରାଙ୍କୁ (୨୫) ଗିରଫ କରିଥିଲା । ଜବତ ହୋଇଥିବା ଗଂଜେଇ ବୌଦ୍ଧଥାନା ଗୋଛାପଡା ଅଞ୍ଚଳରୁ ଅନୁଗୋଳ କୁ ଚାଲାଣ କରାଯାଉଥିବା ପୁଲିସ ପ୍ରକାଶ କରିଛି । ଏନେଇ ବୌଦ୍ଧଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଂଜିତ କୁମାର ମୁନୀ ପ୍ରକାଶ କରିଛନ୍ତି ।
ବୌଦ୍ଧର ସାମୁହିକ ବିକାଶ ପାଇଁ ରାଜନୈତିକ ଇଛାଶକ୍ତିର ଅଭାବ ରହିଛି
ବୌଦ୍ଧ,୧୦/୩: ବୌଦ୍ଧ ଜିଲ୍ଲାର ସାମୁହିକ ବିକାଶ ପାଇଁ ରାଜନୈତିକ ଇଛାଶକ୍ତିର ଅଭାବ ରହିଛି । ସେଥିପାଇଁ ଏଥର କୌଣସି ଦଳୀୟ ପ୍ରର୍ଥୀଙ୍କୁ ଭୋଟ ନଦେଇ ସ୍ୱାଧିନ ପ୍ରାର୍ଥୀ ସପକ୍ଷରେ ମତଦାନ କରି ଏଥର ବୌଦ୍ଧରେ ସ୍ୱାଧିନ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପ୍ରାର୍ଥୀ ସୋମନାଥ ପୁରୋହିତ ବୌଦ୍ଧ ବାସୀଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି ।
ଗତ ଚବିଶ ବର୍ଷ ଧରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଶାସନ ରହି ଆସିଛି । ବିଜେଡି ସରକାରରେ ବୌଦ୍ଧ ବିଧାୟକ ମଧ୍ୟ ବହୁ ଗୁରୁତ୍ୱପୁର୍ଣ୍ଣ ପଦ ପଦବୀରେ ରହି ଆସିଛନ୍ତି ।
ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିକାଶ ଆଖିଦୃଷ୍ଟିଆ ହୋଇ ପାରିନାହିଁ । କୃଷି ପ୍ରବଣ ବୌଦ୍ଧ ଜିଲ୍ଲାରେ ଚାଷ ପାଇଁ ସବୁ ଦିନିଆ ଜଳସେଚନ ବ୍ୟବସ୍ଥା ହୋଇ ପାରିନାହିଁ । ଜିଲ୍ଲାରେ ଶିତଳ ଭଣ୍ଡାର ବ୍ୟବସ୍ଥା ନଥିବାରୁ ପନି ପରିବା ଚାଷରୁ ଚାଷୀ ମୁହଁ ହୁଡିଲେଣି । ଧାନ କିଣରେ ପ୍ରିୟା ପ୍ରିତି ପୋଷଣ ନୀତି ଯୋଗୁଁ ପ୍ରକୃତ ଚାଷୀ ଧାନ ବିକ୍ରି କରିନପାରି ନିରାଶ ହେଉଛନ୍ତି ।
ସେଥିପାଇଁ ଜିଲ୍ଲାରେ ଫସଲ ଅପେକ୍ଷା ଗଞ୍ଜେଇ ଚାଷ ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଳାର ଏକମାତ୍ର ଯୁକ୍ତ ତିନି ବିଜ୍ଞାନ ମହାବିଦ୍ୟାଳୟ ଦୀର୍ଘବର୍ଷ ଧରି ପରିଚାଳନା କମିଟି ନଥିବାରୁ କର୍ତ୍ତୃପକ୍ଷଙ୍କ ସ୍ୱେଛାଚାରିତା ବଢିଚାଲିଛି । ବାଣିଜ୍ୟ ବିଭାଗ ଦିର୍ଘ ବର୍ଷଧରି ଉଠିଯାଇଛି ଫଳରେ ପିଲାମାନେ ଏହି ମହାବିଦ୍ୟାଳୟରେ ପାଠ ପଢିବାକୁ ମୁହଁ ଫେରାଉଛନ୍ତି । ପ୍ରାଥମିକ ଶିକ୍ଷା କଥା ନକହିବା ଭଲ ।
ନିଯୁକ୍ତି ଅଭାବରୁ ଜିଲ୍ଲାରେ ଶିକ୍ଷିତ ବେକାର ସଂଖ୍ୟା ବଢିବାରେ ଲାଗିଛି । ମହିଳା ମାନଙ୍କୁ ସ୍ୱାବଲମ୍ବନ କରାଇବା କେବଳ କାଗଜପତ୍ରରେ ସୀମିତ ରହିଛି । ଠିକାଦାର ଓ ଯନ୍ତ୍ରୀ ପୋଷଣ ନୀତିରେ ସହର ଠାରୁ ଆରମ୍ଭ କରି ଗ୍ରାମଞ୍ଚଳ ଯାଏଁ କେବଳ ଭଙ୍ଗା ଗଢା ନୀତିରେ ଏହି ସରକାର ବିକାଶର ଦ୍ୱାହି ଦେଉଛି ।
ପର୍ଯ୍ୟଟନର ଅନେକ କ୍ଷେତ୍ର ରତ୍ôଥଲେ ମଧ୍ୟ ବିକାଶ ଅଭାବରୁ ପର୍ଯ୍ୟଟକ ଜିଲ୍ଲାକୁ ଆସୁ ନାହାନ୍ତି । ରାଜନୈତିକ ଇଛାଶକ୍ତି ଅଭାବରେ ଜିଲ୍ଲାର ପ୍ରକୃତ ବିକାଶ ହୋଇ ପାରିନାହିଁ । ବିରୋଧି ଦଳ ଗୁଡିକ ମଧ୍ୟ ବିକାଶ ପାଇଁ କୌଣସି ପ୍ରସ୍ତାବ କିମ୍ବା ସ୍ୱର ଉତ୍ତଳନ କରା ଯାଉନଥିବା ଦେଖା ଯାଇଛି । ତେଣୁ ଭୋଟର ଏଥର ଆଉ ଦର୍ଳୀ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ନକରି ମୋତେ ର୍ନିଦଳୀୟ ପ୍ରର୍ଥୀଭାବେ ମନୋନୀତ କରିବେ ବୋଲି ପୁର୍ବତନ ଜଙ୍ଗଲ ବିଭାଗ କର୍ମଚାରୀ ତଥା ସମାଜସେବୀ ସୋମନାଥ ପୁରୋହିତ ଆଶା ପ୍ରକଟ କରିଛନ୍ତି ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31