Indus Valley Times

ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ସଫଳତାର ସହିତ ଅନୁଷ୍ଠିତ

 Breaking News

ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ସଫଳତାର ସହିତ ଅନୁଷ୍ଠିତ

ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ସଫଳତାର ସହିତ ଅନୁଷ୍ଠିତ
May 16
08:34 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ୧୬/୫ : ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ବୌଦ୍ଧ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ବିଧାୟକ, ବୌଦ୍ଧ ତଥା ମୁଖ୍ୟ ସଚେତକ, ବିଧାନସଭା, ଓଡିଶା ସରକାର ସବୁଜ ପତାକା ଦେଖାଇ ବାଇକ ରାଲିର ଶୁଭ ଉଦଘାଟନ କରିଥିଲେ।
ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ,କର୍ମଚାରୀ,ପୋଲିସ ବାହିନୀ,ଏନସିସି କ୍ୟାଡେ଼ଟ, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ, ଶିକ୍ଷକ,ଶିକ୍ଷ ୟତ୍ରୀ, ଅଧ୍ୟାପକ, ମହିଳା,ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, କ୍ରୀଡ଼ାବିତ,ସମସ୍ତ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ବୌଦ୍ଧ ସହରର ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଜାମ୍ମୁ କାଶ୍ମୀରର ପହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା,ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ଜ଼ିଲ୍ଲା ସଂଗ୍ରହକ୍ଷଳୟ ଠାରେ ପହଞ୍ଚିଥିଲା।
ସେଠାରେ ବୀର ଯବାନ ତଥା ମାଟି ମା ଙ୍କୁ ସମ୍ମାନ ଜଣାଇବା ପୂର୍ବଳ ସ୍ଲୋଗାନ ଦିଆଯାଇଥିଲା ।
ଏହି ଅବସରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାଏ, ଉପଜିଲ୍ଲାପାଳ, ବୌଦ୍ଧ ଶ୍ରୀ ପ୍ରବୀଣ କୁମାର ବକ୍ଷଣୁଆ, ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାଇକ ରାଲି ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମ କୁ ଅଧ୍ୟାପକ ଡ. ପ୍ରବୀର କୁମାର ଦାଶ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ କ୍ଷ ଶୋଭାଯାତ୍ରା ରେ ପୋଲିସ ଗାଡି ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ରେ ନିୟୋଜିତ ହୋଇଥିବା ବେଳେ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଦେଶାତ୍ମବୋକ ସଂଗୀତ ପରିବେଷଣ, ମେଡିକାଲ ର ଆମ୍ବୁଲାନ୍ସ ଗାଡି, ଅଗ୍ନିଶମ ଗାଡି ସମସ୍ତ ପ୍ରସ୍ତୁତି ସହ ଶୋଭାଯାତ୍ରା ରେ ସାମିଲ ଥିଲେ ।
ମହାନଦୀ ଆଳତୀ ଘାଟ ଠାରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ଯୋଗ ପରିବାର ଏବଂ ବ୍ରାହ୍ମଣ ସମାଜ ପକ୍ଷ ରୁ ଘଣ୍ଟ, ହୁଳହୁଳି ଦେଇ ବାଇକ ଶୋଭାଯାତ୍ରା କୁ ସ୍ୱାଗତ କରିଥିଲେ ।
ବଜରଙ୍ଗ ଦଳ, ତ୍ରିରଙ୍ଗା ଶୋଭାଯାତ୍ରା କମିଟି ଏବଂ ବିଭିନ୍ନ କମିଟି ପକ୍ଷରୁ ଶତାଧିକ ସଦସ୍ୟ, ବହୁ ଗଣମାଧ୍ୟମ ପ୍ରତିନିଧି ଏହି ରାଲି ରେ ଯୋଗ ଦେଇଥିଲେ । ସେହିପରି ବୌଦ୍ଧ ର ସମସ୍ତ ଛକ ଯାଗା ମାନଙ୍କ ରେ ବହୁ ଜନସାଧାରଣ ଉପସ୍ଥିତ ରହି ଉତ୍ସାହ ବୃଦ୍ଧି କରିଥିଲେ ।
ଏଥିସହ
ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହିତ ହୋଇ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରରେ ସାମିଲ ହୋଇଥିଲେ କ୍ଷ ସମସ୍ତ ଙ୍କ ସହଯୋଗ ରେ ଏହି ବାଇକ ଶୋଭାଯାତ୍ରା ସଫଳ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930