Indus Valley Times

ବୌଦ୍ଧ: ବଡ଼ବନ୍ଧଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ; ସରଗି ଫୁଲ ଉଦଯାପିତ

 Breaking News

ବୌଦ୍ଧ: ବଡ଼ବନ୍ଧଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ; ସରଗି ଫୁଲ ଉଦଯାପିତ

November 21
10:40 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧୧ : ବୁଧବାର ସନ୍ଧ୍ୟା ରେ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ଠାରେ ଜ଼ିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ, ସରଗି ଫୁଲ ,୨୦୨୪ଉଦଯାପିତ ହୋଇଯାଇଛି ।
ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ତଥା ସି. ଡ଼ି. ଇ. ଓ. ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ , ହରଭଙ୍ଗା ଶରତ କୁମାର ସେଠି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସଭାପତି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣପୁର ଶ୍ରୀଯୁକ୍ତ ଈଶ୍ୱର ପ୍ରସାଦ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଧାନଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ମେଣ୍ଡିମାଲ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ମଂଚାସୀନ ରହି ଛାତ୍ରୀ ମାନଙ୍କୁ ଉତ୍ସକ୍ଷ ହିତ କରିଥିଲେ ।
ସଂସ୍କୃତଶିକ୍ଷକ, ମେଣ୍ଡିମାଲ ଉଚ୍ଚ ବିଦ୍ୟାଳୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ଦିନ ତମାମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ଏହି ଅବସରରେ ଦିନତମାମ ଏବଂ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜ଼ିଲ୍ଲା ର ୧୪ ଟି ବିଦ୍ୟାଳୟ ର ୧୨୦ ଟି ବିଭାଗ ରେ ୨୩୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏହି ଉପଲକ୍ଷେ ଭଲିବଲ, ଜ଼ିଲ୍ଲାସ୍ତରୀୟ ବିଜ୍ଞାନ ମେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନେ ଆସନ୍ତା ଡିସେମ୍ବର ୧୮ ରୁ ୨୦ ତାରିଖ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ସରଗି ଫୁଲ ରେ ଅଂଶଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଅଂଚଳ ର ଗ୍ରାମବାସି ଯୋଗ ଦେଇ କାର‌୍ୟ୍ୟକ୍ରମ ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930