Indus Valley Times

ବୌଦ୍ଧ : ମହାବିଦ୍ୟାଳୟ ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ

 Breaking News

ବୌଦ୍ଧ : ମହାବିଦ୍ୟାଳୟ ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ

ବୌଦ୍ଧ : ମହାବିଦ୍ୟାଳୟ ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ
January 18
12:00 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧: ଓଡିଶା ସରକାରଙ୍କର କ୍ରିଡା ଓ ଯୁବ ବ୍ୟାପାର ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆଜି ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ଠାରେ ଉଦଘାଟିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟପକ ପ୍ରବିର କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ତାଲିମ ଦାୟିତ୍ୱରେ ଥିବା ଅଧ୍ୟାପିକା କ୍ରିଷ୍ଣା ସେଠୀ, ଓ ଅଧ୍ୟାପିକା କଲ୍ୟାଣୀ ସୁନାନୀ ତାଲିମର ଆବଶ୍ୟକତା ସଂପର୍କରେ ସୁଚନା ଦେଇଥିଲେ ।
ଏହି ଶିବିରରେ ତାଳିମଦାତା ଭାବରେ ସଂଧ୍ୟାରାଣୀ ସାହୁ ଓ ସ୍ୱାଗତୀକା ପ୍ରଧାନ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ୧୫୦ଜଣ ଛାତ୍ରୀ ଆଠଦିନ ଧରି ତାଲିମ ପାଇବେ ।
ବନ୍ଧାପଥର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ,୧୮/୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମ ହାଇସ୍କୁଲ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇ ଯାଇଛି, ସକାଳ ୧୦ ଘଣ୍ଟା ସମୟରେ ବନ୍ଧା ପଥର ଗ୍ରାମ ଶୈବପୀଠରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ପଡିଆ ନିକଟରେ ପହଞ୍ଚିଥିଲା ।
ସରପଞ୍ଚ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କୁ ମଶାଲ ପ୍ରଦାନ କରା ଯାଇଥିଲା ଓ ପଡିଆରେ ଶ୍ରୀମତୀ ପ୍ରଧାନ ମଶାଲ୍ ସ୍ଥାପନ କରିଥିଲେ,ମଶାଲ୍ ସ୍ଥାପନ ପରେ ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ପତାକାକୁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଉତ୍ତୋଳନ କରି ପ୍ରତିଯୋଗିତା ଉଦଘାଟିତ ହୋଇଥିବା ଘୋଷଣା କରିଥିଲେ ।
ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବନ୍ଧା ପଥର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉକ୍ତ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ।
ଉଦଘାଟନୀ କାର‌୍ୟ୍ୟକ୍ରମରେ ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ ସମିତି ସଭ୍ୟା ଗୀତାଞ୍ଜଳୀ ବାରିକ, ନାଏବ୍ ସରପଞ୍ଚ ବସନ୍ତ ଭୋଇ ଓ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ମାନେ ଅତିଥି ଭାବରେ ଯୋଗ ଦେଇଥିଲେ ।
କ୍ରୀଡା ଶିକ୍ଷକ ବରୁଣ ପ୍ରଧାନ, ସମାଜସେବୀ ଗୌତମ ପ୍ରଧାନ ଓ ବିଭିନ୍ନ ବିଦ୍ୟାଳୟର ଗାଇଡ୍ ଶିକ୍ଷକ ମାନେ ପ୍ରତିଯୋଗୀତା ଆୟୋଜନରେ ସହଯୋଗ କରିଥିଲେ ।
ଓସିଏ ଭିଜନ ୨୦୨୪:ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟ, ୬ଷ୍ଠ ଦିନରେ ଜେବିସି ବିଜୟୀ

ବୌଦ୍ଧ,୧୮/୧:- ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ବୌଦ୍ଧ ଆନୁକୂଲ୍ୟରେ ବାଉଁଶୁଣୀ ହାଇସ୍କୁଲ ପଡିଆରେ ଚାଲୁଥିବା ଇନଟ୍ରାକ୍ଲବ ସିନିଅର କ୍ରିକେଟ ଟୁର୍ଣ୍ଣାମେଂଟର ଷଷ୍ଠ ଦିନ ମ୍ୟାଚ ମଙ୍ଗଳବାର ଜୟ ଭୈରବୀ କ୍ଲବ ବୌଦ୍ଧ ଓ ମହାନଦୀ ସ୍ପୋର୍ଟିଂ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ମହାନଦୀ ସ୍ପୋର୍ଟିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ୍ କରିପାରିଥିଲା । ଦଳ ତରଫରୁ ଏମ. ଜ୍ଞାନେନ୍ଦ୍ର ୩୨ ବଲ୍‌୍‌ରୁ ୨୦ ରନ୍ ଓ ଏମଡି ନଦିମ ଖାନ ୨୨ ବଲ୍‌ରୁ ୧୬ ରନ୍ ସଂଗ୍ରହ କରିଥିଲେ । ଜେବିସି ତରଫରୁ ସୋମ୍ୟରଞ୍ଜନ ସାହୁ ଓ ଶୁଭମ ପି ବାରିକ ଉଭୟେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ଏହାର ଜବାବରେ ଦ୍ୱିତୀୟ ଇନିଙ୍ଗସରେ ଜେବିସି ୨୨ ଓଭରରେ ୮ ୱିକେଟ ହରାଇ ୯୧ ରନ୍ ସଂଗ୍ରହ କରିଥିଲା । ଫଳରେ ଜେବିସି ୨ ୱିକେଟରେ ବିଜୟୀ ହୋଇଥିଲା । ଜେବିସି ଦଳ ତରଫରୁ ସିରାଜ ଭୁକ୍ତା ୨୧ ବଲ୍‌ରୁ ୨୧ ରନ୍‌, ଅନୁଭବ ଘିବେଲା ୧୦ ବଲ୍‌ରୁ ୧୪ ରନ୍ ସଂଗ୍ରହ କରିଥଲେ ।
ଆଜିର ମ୍ୟାଚରେ ଅଂପାୟାର ଭାବେ ଅବିନାଶ ମିଶ୍ର ଓ ସ୍ୱାଧୀନ ବେହେରା ଖେଳକୁ ପରିଚାଳନା କରିଥିବାବେଳେ ଓସିଏ ସ୍କୋରର ଭାବେ ନିିକ୍ସନ ସାହୁ କାର୍ଯ୍ୟ ତୁଲାଇଥିଲେ । ଆସନ୍ତାକାଲି ବୁଧବାର ବିସିପି ଓ ଏଲଏମଏସସି ବାଉଁଶୁଣୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ପରିଚାଳନାରେ ଏଲଏମଏସସି କ୍ଲବ ବାଉଁଶୁଣୀର ସଦସ୍ୟମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031