Indus Valley Times

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ଦିବସର କାର୍ଯ୍ୟକ୍ରମ

 Breaking News

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ଦିବସର କାର୍ଯ୍ୟକ୍ରମ

ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ଦିବସର କାର୍ଯ୍ୟକ୍ରମ
January 05
10:46 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୧: ବୌଦ୍ଧ କଚେରୀ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ର ତୃତୀୟ ଦିନର ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତୃତୀୟ ଦିବସ ର ସନ୍ଧ୍ୟା କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଇଲେକ୍ଟ୍ରୋ ନିକ୍ସ,ସୂଚନା, ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ, ଓଡିଶା ସରକାର ଡ଼. ମୁକେଶ ମହାଲିଙ୍ଗ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ମିଶ୍ର, ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ,ସଭାପତି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଥିଲେ ।
ଜ଼ିଲ୍ଲା ପ୍ରାଣୀ ସମ୍ପଦ ପ୍ରଶିକ୍ଷଣ ସଂଯୋଜିକା ଡ଼. ସଂଘମିତ୍ରା ପରମାଣିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । ସାଂସ୍କୃତିକ କଳା ପରିଷଦ, ବୌଦ୍ଧ ର କଳାକାର ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ କୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ, ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାକୁଡ଼ ଏବଂ ଶୋଭନା ମିଶ୍ର ପରିଚାଳନା କରିଥିଲେ ।
ସଭା ପୂର୍ବର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସ୍ଥାନୀୟ କଳାକାର ମାନେ ପରିଚାଳନା କରିଥିଲେ ।
ସଭା କାର୍ଯ୍ୟ ପୂର୍ବରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମା ଆଦିଶକ୍ତି ନଚନିଆ ସଂଘ,କମିରା, ଆର୍ଟିଷ୍ଟ ଆସୋସିଏସନ, ବୌଦ୍ଧ, ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧ, ପତର ସଉରା, ବଡ ବଙ୍କାପଡା, ଶ୍ରୀ ରାମ କାର୍ଟୁନ କମେଡି, ଡାଙ୍ଗପଡ଼ା, ବୌଦ୍ଧ ସାଂସ୍କୃତିକ କଳା ପରିଷଦ ପରିବେଷଣ କରିଥିଲେ ଏବଂ ସଭା କାର୍ଯ୍ୟ ପରେ ଜିଲ୍ଲା ତଥା ଜିଲ୍ଲା ବାହାର ସାଂସ୍କୃତିକ ଦଳ ଯଥା ଜ୍ୟୋତି କଳା ପରିଷଦ, ଭୁବନେଶ୍ୱର ଓଡିଶୀ,ସେଣ୍ଟ ଜାଭିଆର ପବ୍ଲିକ ସ୍କୁଲ ଆଦିବାସୀ ଦୁରବା ଡ୍ୟାନ୍ସ, ସୀତାରାମ କଲାନୁଷ୍ଠାନ ରାଜସ୍ଥାନୀ ଫୋକ , ବିହୁ ନୃତ୍ୟ, ଆସାମ, ପଞ୍ଚଵାଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁର, ଶାଶ୍ୱତ ତ୍ରିପାଠୀ, ସୋନପୁର, ମା ସରସ୍ବତୀ ଆଦିବାସୀ କରମା ନୃତ୍ୟ ପରିଷଦ, ବୁଢ଼ୀକୁଟୁଣୀ, ବଜାସାଲ ନୃତ୍ୟନୁଷ୍ଠାନ, ମଲମୁଣ୍ଡା, ବଲାଙ୍ଗୀର ଆଦି ପରିବେଷଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930