Indus Valley Times

ବୌଦ୍ଧ ମୋହତ୍ସବ ପାଇଁ ଗନ୍ଧରାଢ଼ି ପୀଠରୁ ଗଲା ମଶାଲ ଶୋଭାଯାତ୍ରା

 Breaking News

ବୌଦ୍ଧ ମୋହତ୍ସବ ପାଇଁ ଗନ୍ଧରାଢ଼ି ପୀଠରୁ ଗଲା ମଶାଲ ଶୋଭାଯାତ୍ରା

ବୌଦ୍ଧ ମୋହତ୍ସବ ପାଇଁ ଗନ୍ଧରାଢ଼ି ପୀଠରୁ ଗଲା ମଶାଲ ଶୋଭାଯାତ୍ରା
January 02
19:16 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧ : ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ଗନ୍ଧରାଢ଼ୀ ପୀଠରୁ ବୌଦ୍ଧ ମହୋତ୍ସବ,ପଲ୍ଲିଶ୍ରୀ ମେଳା ହସ୍ତତନ୍ତ ବୟନିକା ପ୍ରଦର୍ଶନୀ ଓ ଆତ୍ମ ନିର୍ଭର ସ୍ବଦେଶୀ ମେଳା ପାଇଁ ମଶାଲ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ଗନ୍ଧରାଢ଼ୀ ସ୍ଥିତ ସିଦ୍ଧେଶ୍ୱର ଓ ନୀଳମାଧବ ଠାକୁରଙ୍କ ଠାରେ ପୂଜାର୍ଚନା କରାଯାଇ ମଶାଲ ଜାଳି ମନ୍ଦିର ବେଢା ପରିକ୍ରମା କରାଯାଇଥିଲା ।
ଏଥିରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଏବଂ ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗ ଦେଇ ମଶାଲ ନେଇ ମନ୍ଦିର ବେଢାରୁ ବାହାରିଥିଲେ ।
ଢୋଲ ନିଶାନ ତାଳରେ ଏହି ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ, ଲକ୍ଷ୍ମୀପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ତେଲିବନ୍ଧ ସମିତି ସଭ୍ୟ ସୁନୀଲ କୁମାର ସେଠି, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ କୁମାର ପୁରୋହିତ, ଯୋଗାଣ ସହାୟକ ଚିତ୍ତରଞ୍ଜନ ସାହୁ, ସହ ପ୍ରମୁଖ ପଂଚାୟତ କର୍ମଚାରୀ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସମସ୍ତ ସିଆରପି, ମିଶନ ଶକ୍ତି ମହିଳା, ବୌଦ୍ଧ ପଂଚାୟତ ସମିତିର କର୍ମଚାରୀ ସାମିଲ ହୋଇ ଶୋଭାଯାତ୍ରାରେ ଯାଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031