Indus Valley Times

ବୌଦ୍ଧ ରାମଲୀଳାର ସପ୍ତମ ଦିବସ, ହନୁମାନଙ୍କର ସୀତା ଠାବ ଓ ଲଙ୍କା ଦହନ

 Breaking News

ବୌଦ୍ଧ ରାମଲୀଳାର ସପ୍ତମ ଦିବସ, ହନୁମାନଙ୍କର ସୀତା ଠାବ ଓ ଲଙ୍କା ଦହନ

ବୌଦ୍ଧ ରାମଲୀଳାର ସପ୍ତମ ଦିବସ, ହନୁମାନଙ୍କର ସୀତା ଠାବ ଓ ଲଙ୍କା ଦହନ
April 05
21:57 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୪: ବୌଦ୍ଧଗଡର ପ୍ରସିଦ୍ଧ ରାମଲୀଳା ଯାତ୍ରା ବୁଧବାର ସପ୍ତମ ଦିବସରେ ହନୁମାନଙ୍କର ସୀତା ଠାବ ଓ ଲଙ୍କା ଦହନ ନାଟକ ମଂଚସ୍ତ ହୋଇଥିଲା । ମାତା ସୀତାଙ୍କ କୌଣସି ସନ୍ଧାନ ନପାଇ ପ୍ରଭୁ ଶୀରାମ ନିରାଶ ହୋଇପଡିଛନ୍ତି । ଏହି ସମୟରେ ସଂକଟ ମୋଚନ ହନୁମାନ ମାତାଙ୍କୁ ଖୋଜିବା ପାଇଁ ଜାମ୍ବବାନଙ୍କ ଅନୁମାନ ଅନୁସାରେ ଲଙ୍କା ଅଭିମୁଖେ ଆକାଶରେ ଉଡି ଯାଆନ୍ତି ।
ତାଙ୍କର ଏହି ଯାତ୍ରାକୁ ବିଫଳ କରିବା ପାଇଁ କେତେବେଳେ ସାଗରରେ ରାକ୍ଷାସୀ ତ ଆଉ କେତେେଳେ ପୋଖରୀରେ କୁମ୍ଭିରଭାବେ ବାଟ ଓଗାଳି ବିଫଳ ହୋଇ ହନୁମାନଙ୍କ ହାତରେ ମୃତ୍ୟୁ ବରଣ କରିଥାନ୍ତି । ଶେଷରେ ଲଙ୍କା ନଗରୀରେ ପହଂଚି ମାତା ସୀତାଙ୍କୁ ପଞ୍ଚବଟି ବନରେ ଠାବ କରି ପ୍ରଭୁଙ୍କ ଆଶ୍ୱାସନା ବାର୍ତ୍ତା ପ୍ରେରଣ କରି ଫଳ ବଗିଚାରେ ବିତ୍ପାତକରି ଉଜାଡି ଦିଅନ୍ତି ଓ ପରେ ମେଘନାଦଙ୍କ ଦ୍ୱାରା ବନ୍ଧନ ହୋଇ ମହାରାଜ ରାବଣ ଦରବାରରେ ହାଜିର କରାଯାଏ । ପରେ ଦଣ୍ଡ ବିଧାନ ସ୍ୱରୂପ ହନୁମାନଙ୍କ ଲାଙ୍ଗୁଡ ପୁଛରେ ଅଗ୍ନୀ ସଂଯୋଗ କରି ଦିଆଯାଏ । ଏହି ସୁଯୋଗକୁ ହାତଛଡା ନକରି ସଙ୍ଗେ ସଙ୍ଗେ ହନୁମାନ ନିଆଁରେ ପୋଡି ନିକୁ ବଂଦ୍ଧନରୁ ମୁକ୍ତ କରିବାସହ ସମଗ୍ର ଲଙ୍କା ନଗରୀକୁ ଜାଳିପୋଡି ନଷ୍ଟ କରି ପୁଣି ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଲେଉଟି ଆସନ୍ତି । ଏହି ପୌରାଣିକ କଥାବସ୍ତୁ ଆଧାରରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ନାଟକ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ବୌଦ୍ଧ ରାମଲୀଳାର ସ୍ୱତନ୍ତ୍ରତା ଏହାଯେ, ପ୍ରଭୁ ଶ୍ରୀରାମଙ୍କର ଜନ୍ମରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ କଥାବସ୍ତୁକୁ ସ୍ଥାନିୟ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ବିଭକ୍ତ କରାଯାଇ ୧୮ଦିନ ଯାଏଁ ମୁକ୍ତାକାଶ ରଂଗମଂଚରେ ଗୁରୁ ଭବାନୀ ଶଂକର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକ ପରିବେଷଣ କରିଥାନ୍ତି ।
ବୌଦ୍ଧ: ପାରିବାରିକ କଳହରୁ ୬ ମାସର ଶିଶୁକୁ ଛାଡି ଜୀବନ ହାରିଲା ମା
ବୌଦ୍ଧ,୫/୪: ବୌଦ୍ଧ ସହର ଏକ ନମ୍ବର ୱାର୍ଡ ପାଣୁଆ ସାହିରେ ଗତକାଲି ରାତିରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ପାରିବାରିକ କଲହରୁ ୬ ମାସର ଶିଶୁକୁ ଛାଡି ଜୀବନ ହାରିଛି ମା । ମହିଳା ଜଣକ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ମତେ, ବୌଦ୍ଧ ସହର ପାଣୁଆ ସାହିରେ ଏକ ଭଡାଘରେ ରଚନା ବଲବାକ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ ।
ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ସ୍ତ୍ରୀ ବେକରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିଲେ । ମହିଳାଙ୍କ ସ୍ୱାମୀ ଗାଁ ଗାଁ ବୁଲି ଖେଳଣା ଓ ମନୋହରୀ ସାମଗ୍ରୀ ବିକ୍ରି କରୁଥିଲେ ।
ତାଙ୍କ ଘର ରାଜସ୍ଥାନ ହୋଇଥିବା ବେଳେ କିଛି ମାସ ହେବ ବୌଦ୍ଧକୁ ଆସି ଏଠାରେ ରହୁଥିଲେ । ତାଙ୍କର ଏକ ଛଅ ମାସର ଶିଶୁ ରହିଛି । ଖବର ପାଇ ବୌଦ୍ଧ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥାଳରେ ପହଂଚି ଶବକୁ ଜବତ କରି ବ୍ୟଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଶିଶୁକୁ ସିଡବ୍ଲୁସି ପାଖରେ ହାଜର କରାଯିବ ।
ବୌଦ୍ଧ: ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ ଘଟଣା,ନିଜ କର୍ମଚାରୀଙ୍କ ଭୁଲକୁ ଘୋଡାଉଛି ପୋଲିସ
ବୌଦ୍ଧ,୫/୪ : ବୌଦ୍ଧବନଖଣ୍ଡ ଅଧିନସ୍ଥ ବଘିଆପଡା ସେକ୍ସନର ଖଲିଆପାଲି ଛକ ଠାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଏସିଏଫଙ୍କ ଗାଡିକୁ ଗୁଳି ମାଡ ହୋଇଥିଲା । ଏହି ଗୁଳିକାଣ୍ଡରେ ଦୁଇଜଣ ବନ କର୍ମଚାରୀ ନିଳାଞ୍ଚଳ ପ୍ରଧାନ ଓ ନବ କିଶୋର ସାହୁ ଗୁରୁତର ଆହତ ହୋଇଥିଲେ ।
ଘଟଣାକୁ ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନିଜର କର୍ମଚାରୀଙ୍କ ଏହି ଘଟଣାରେ ସଂପୃକ୍ତିଥିବା ଯାଣି ଦୋଷୀମାନଙ୍କୁ ଘଂଟଘୋଡାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଗୁଳିକାଣ୍ଡ ଘଟଣାରେ ବନ କର୍ମଚାରୀ ନବକିଶୋର ସାହୁ ବୌଦ୍ଧ ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲା ।
ଏତେଲାରେ ଦୁଇ ପୁଲିସ କର୍ମଚାରୀଙ୍କ ନାମ ଉଲ୍ଲେଖ କରିଥିଲେ । ପୂର୍ବରୁ ଏହି ଗୁଳିମାଡ ଘଟଣାରେ ପୁଲିସ କର୍ମଚାରୀ ସଂପୃକ୍ତ ଥିବା ନେଇ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ପ୍ରକାଶ କରିଆସୁଛନ୍ତି । ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆସନ୍ତା ୧୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତବନୀ ଦିଆଯାଇଛି ।
ବନ କର୍ମଚାରୀଙ୍କ ଅଭିଯୋଗ ଯଦି ସତ୍ୟ ହୁଏ ତାହାହେଲେ କାହାର ନିର୍ଦ୍ଦେଶରେ ପୁଲିସ ବନ ବିଭାଗର ଗାଡି ଉପରକୁ ଗୁଳି ଚାଳନା କରାଥିଲା । ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ରାଜ୍ୟ ସଂଘର ସଭାପତି ଶ୍ରୀପାତ୍ରଙ୍କ ମତରେ ଚାରି ଜଣ ପୁଲିସ କର୍ମଚାରୀଙ୍କ ସହିତ ବାରକୋଡା ଠାରେ ବନ କର୍ମଚାରୀଙ୍କ ଭେଟ ହୋଇଥିଲା । ତାହାର କିଛି ସମୟ ପରେ ଏସିଏଫଙ୍କ ଗାଡିକୁ ଗୁଳିମାଡ ହୋଇଥିଲା ।
ବନ କର୍ମଚାରୀ ନବ କିଶୋର ସାହୁ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ବେଳେ ଆଉ ଦୁଇ ଜଣ ପୁଲିସ କର୍ମଚାରୀ କିଏ ତାହାକୁ ନେଇ ଆଲୋଚନା ଯୋରଧରିଛି । ଏଥିରେ ଜଣେ ଅଧିକାରୀ ଥିବା ନେଇ ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଯଦି ଆଲୋଚନା ସତ ତାହାହେଲେ ଉକ୍ତ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି ଗୁଳିକାଣ୍ଡ ହୋଇନାହିଁ ତ ତାହା ତଦନ୍ତ କଲେ ଜଣାପଡିବ । ଏହି ଘଟଣାରେ ପୁଲିସ ତଦନ୍ତ ନାମରେ ଯେତେ ବିଳମ୍ବ କରିଚାଲିଥିବା ବେଳେ ଜନତା ପ୍ରକୃତ ଦୋଷୀ କିଏ ଜାଣିବାକୁ ଅପେକ୍ଷା କରିବସିଛନ୍ତି ।
ବୌଦ୍ଧ: ଛେଳି ଚୋରି ବେଳେ ଧାରା ପଡି ନିର୍ଧୁମ ଛେଚା ଖାଇଲେ ଦୁଇ ଯୁବକ
ବୌଦ୍ଧ,୫/୪: ଛେଳି ଚୋରି ବେଳେ ଧାରା ପଡି ନିର୍ଧୁମ ଛେଚା ଖାଇଲେ ଦୁଇ ଯୁବକ,ନିର୍ଧୁମ ଛେଚା ପରେ ପୁଲିସ ର ଜିମା ଦେଲେ ଗ୍ରାମବାସୀ,ଏଭଳି ଘଟଣା ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ମେଣ୍ଡିମାଳ ଗ୍ରାମରେ ଦେଖିବାକୁ ମିଳିଛି । ଯୁବକ ଦୁଇଜଣ ହେଲେ ଦୁର୍ଗାପ୍ରସାଦ ଗ୍ରାମର ରାଜୁ ଓ ଡେଲାଜୁ ଗ୍ରାମର ଗୋବିନ୍ଦ ବୋଲି ଜଣା ପଡ଼ିଛି ।
ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଯୁବକ ଙ୍କୁ ଅଟକ ରଖିଛି । ସୂଚନା ମୁତାବକ ଆଜି ମେଣ୍ଡିମାଳ ଗ୍ରାମ ରେ ଦୁଇ ଜଣ ଅଜଣା ଯୁବକ ବାଇକ ଯୋଗେ ଆସି ନିର୍ଜନ ସ୍ଥାନରୁ ଗୋଟିଏ ଛେଳି ଚୋରାଇ ନେଇ ପଳାଉଥିବା ବେଳେ ଗ୍ରାମବାସୀ ଙ୍କ ହାବୁଡ଼ରେ ପଡି ଯାଇଥିଲେ, ଫଳରେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇ ପୁଲିସ କୁ ସୂଚନା ଦେଇଥିଲେ ।
ଏ ଦୁଇ ଜଣ ଆଗରୁ ମଧ୍ୟ ମେଣ୍ଡିମାଳ ଗ୍ରାମରୁ ୫ଟି ଛେଳି ଚୋରାଇଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ । ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ ଜଣ ଯୁବକ ଙ୍କୁ ଉଦ୍ଧାର କରିବା ସହ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଦୁଇ ଜଣ ଯୁବକ ହେଲେ ଦୁର୍ଗାପ୍ରସାଦ ଗ୍ରାମର ରାଜୁ ଓ ଡେଲାଜୁ ଗ୍ରାମର ଗୋବିନ୍ଦ ବୋଲି ଜଣା ପଡ଼ିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031