Indus Valley Times

ବୌଦ୍ଧ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସହ ପଦଯାତ୍ରା ଅନୁଷ୍ଠିତ

 Breaking News

ବୌଦ୍ଧ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସହ ପଦଯାତ୍ରା ଅନୁଷ୍ଠିତ

December 04
10:15 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୪/୧୨ : ବୌଦ୍ଧ ସହର ମର୍ଜାକୁଦ ସ୍ଥିତ ବହୁମୁଖୀ ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଶାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତି ବେଉରା, ସୋନପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ରେଆରର ସାଧନକର୍ମୀ ଅନଙ୍ଗ ନେଗୀ ମଞ୍ଚାସୀନ ଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ନାୟକ ମନୋନୀତ ଭିନ୍ନକ୍ଷମ ହିତାଧିକାରୀ ମାନଙ୍କୁ ବିଭିନ୍ନ ଭିନ୍ନକ୍ଷମ ସହାୟତା ଉପକରଣ ବଣ୍ଟନ କରିଥିଲେ ।
ଏହା ପୂର୍ବରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପଦଯାତ୍ରା ଜିଲ୍ଲା ମ୍ୟୁଜିୟମ ପର୍ଯ୍ୟନ୍ତ ଆସିଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରାଜିନ୍ଦ୍ର କିଶାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନେ ଅଂଶ ଗ୍ରହଣ କରିଥିଲେ ।
ଉଦଘାଟିତ ହେଲା କୃଷି ଯନ୍ତ୍ରପାତି ମେଳା
ବୌଦ୍ଧ,୪/୧୨ : ସ୍ଥାନୀୟ କଚେରୀ ପଡିଆ ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଯୋଗଦେଇ ଫିତାକାଟି ଏହି କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଥିଲେ ।
ଜିଲ୍ଲା କୃଷି ଅଧିକାରୀ ପି. ଭେଙ୍କଟ ରମଣ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ଯୋଗଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ,ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, କନ୍ଧମାଳ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଯୋଗଦେଇଥିଲେ ।
ମୁଖ୍ୟବକ୍ତା ଭାବେ ସୁଧାଂଶୁ ଶେଖର ଦାସ ଯୋଗଦେଇ ଏହି କୃଷି ଯନ୍ତ୍ରପାତି ମେଳା ପାଇଁ ଚାଷୀମାନେ ବିଭିନ୍ନ କୃଷି ସାମଗ୍ରୀ କିଣିବାରେ ସବସିଡିର ଲାଭ ଉଠାଇ ପାରିବେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।
ମେଳାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ବିଭିନ୍ନ ଚାଷୀଙ୍କୁ ସବସିଡିରେ ଟ୍ରାକ୍ଟର ଓ ବିଭିନ୍ନ ଚାଷ ଉପକରଣ ବଣ୍ଟନ କରାଯାଇଥିଲା । ଶେଷରେ ଯୋଜନା ଅଧିକାରୀ ଉକ୍ରଳ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଅତିଥି ମାନେ କୃଷି ଯନ୍ତ୍ରପାତି ମେଳାର ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିଥିଲେ । ଏହି ମେଳା ଆସନ୍ତା ୬ ତାରିଖ ପର‌୍ୟ୍ୟନ୍ତ ଚାଲିବ । ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031