Indus Valley Times

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ
March 10
18:31 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୩ : ସୋମବାର ସନ୍ଧ୍ୟା ରେ ସୁଭଦ୍ରା ଶକ୍ତି ମେଳା ର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ସୋମବାର ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ସି ଡି ପି ଓ, ବୌଦ୍ଧ ୱାହିଦା ବେଗମ, ସୁରକ୍ଷା ଅଧିକାରୀ ସନ୍ତୋଷିନୀ ଭୋଇ, ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି,ଡେପୁଟି କଲେକ୍ଟର ପରିପୂର୍ଣ୍ଣା ଦେବୀ ମଂଚାସୀନ ଥିଲେ ।
ଏହି ଅବସରରେ ସୁଭଦ୍ରା ମାଆ ସୁକାନ୍ତି ମେହେର ଙ୍କ ସହ ଅନ୍ୟ ସୁଭଦ୍ରା ମାଆ ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ସୃଷ୍ଟି ଡ୍ୟାନ୍ସ ଏକାଡେମୀ, ବୌଦ୍ଧ, ବାବା ଚମ୍ପେଶ୍ୱର କଳା ପରିଷଦ, କେଳାକଟା, ସ୍ୱୟଂ ଅନୁଷ୍ଠାନ ପଡ଼ିଆବାହାଲ, ସମ୍ବଲପୁର ଏବଂ କାଜଲ ମେଲୋଡି ଟିମ ଏବଂ ସେଲିବ୍ରିଟି ରାଜେଶ ଶତପଥି ଆଦି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ସୁଭଦ୍ରା ମାଆ ମାନଙ୍କ ମଧ୍ୟରୁ ସୂର୍ଯ୍ୟକାନ୍ତି ଲୁହା, ଜୟନ୍ତୀ ମହାରଣା, ସନ୍ଧ୍ୟାରାଣୀ ପଟ୍ଟନାୟକ, ଜ୍ୟୋତ୍ସ୍ନା ବିଶି, ସଂଯୁକ୍ତା ପାତ୍ର, ହାଲିମା ବିବି ଏବଂ ଶୁକକ୍ଷନ୍ତି ମେହେର ନିଜ ନିଜ ଅନୁଭୂତି ବଖାଣି ଥିଲେ ଏବଂ ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସାଧୁଚରଣ ଉଚ୍ଚ ମକ୍ଷଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନବକିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭଲଷ୍ମୀ ମୁଦୁଲି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031