Indus Valley Times

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ : ସୁଭଦ୍ରା ଶକ୍ତି ମେଳାର ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ
March 09
18:09 2026

କମ୍ଭୁଧର କ୍ଷେତିଙ୍କ ରିପେର୍ଟ
ବୌଦ୍ଧ, ୯/୩ : ରବିବାର ସନ୍ଧ୍ୟା ରେ ସୁଭଦ୍ରା ଶକ୍ତି ମେଳା ର ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରବିବାର ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡଷନା, ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ, ତହସିଲଦାର, ବୌଦ୍ଧ ଅନିତା କୁମାରୀ ସାହୁ,ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ସି ଡି ପି ଓ, ଡି ପି ସି, ମିଶନ ଶକ୍ତି ରଶ୍ମି ରଞ୍ଜନ ସେଠୀ ଏବଂ ସୁଭଦ୍ରା ମାଆ ମାନେ ଯୋଗ ଦେଇ କାର‌୍ୟ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ରୁଦ୍ର ଭୈରବୀ କ୍ଲବ, ବୌଦ୍ଧ, ଗନ୍ଧରାଡ଼ି କଳା ପରିଷଦ,ଜହ୍ନାପଙ୍କ,କୁରେଇ କଲଚରାଲ ୟ୍ଵିଙ୍ଗସ,ବୌଦ୍ଧ,ନୃତ୍ୟଶ୍ରୀ ସାଂସ୍କୃତିକ ଅନୁଷ୍ଠାନ, ଜଟଣୀ, ଖୋର୍ଦ୍ଧା , ଶାଶ୍ୱତ ଯୋଶୀ ଫେସନ ସୋ ଏବଂ ଶାଶ୍ୱତ ତ୍ରିପାଠୀ ମେଲୋଡି, ସୁବର୍ଣ୍ଣପୁର ରକଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ସୁଭଦ୍ରା ମାଆ ମାନେ ନିଜ ନିଜ ଅନୁଭୂତି ବଖାଣି ଥିଲେ ଏବଂ ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ନବକିଶୋର ଦୀପ, ସଂଯୋଜିକା ଶ୍ରଦ୍ଧାଞ୍ଜଳି ସାହୁ ଏବଂ ଶୁଭଲଷ୍ମୀ ମୁଦୁଲି ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930