Indus Valley Times

ବଢ଼ିଲା ବସ୍ ଭଡା: ସାଧାରଣ ଓ ଏକ୍ସପ୍ରେସ କିମି ପିଛା ୨ପଇସା

 Breaking News

ବଢ଼ିଲା ବସ୍ ଭଡା: ସାଧାରଣ ଓ ଏକ୍ସପ୍ରେସ କିମି ପିଛା ୨ପଇସା

April 18
19:53 2022

ଭୁବନେଶ୍ବର,୧୮/୪: ରାଜ୍ୟରେ ବଢ଼ିଲା ବସ୍‌ରେ ଯାତ୍ରୀଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ି ଥିବା ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ତେବେ ଘରୋଇ ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି କାରଣରୁ ଲୋକଙ୍କୁ ପୂର୍ବ ତୁଳନାରେ ଅତିରିକ୍ତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ବସ୍ରେ ଭଡା କିଲୋମିଟର ପିଛା ୯୦ରୁ ୯୨ ପଇସା ହୋଇଛି। ଯାତ୍ରୀମାନଙ୍କୁ ଏକ୍ସପ୍ରେସ୍ ବସ୍ରେ କିଲୋମିଟର ପିଛା ୯୪ ପଇସା ବଦଳରେ ୯୬ ପଇସା ଦେବାକୁ ପଡ଼ିବ। ଡିଲକ୍ସ ଓ ଏସିି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୪ ପଇସା ବଢ଼ିଛି। ଡିଲକ୍ସ ବସ୍ରେ ଭଡା କିମି ପିଛା ୧ଟଙ୍କା ୩୧ ପଇସାରୁ ୧ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ବସ୍ ଭଡା ୧ ଟଙ୍କା ୫୯ ପଇସାରୁ ୧ ଟଙ୍କା ୬୩ ପଇସା ହୋଇଛି। ସୁପର ପ୍ରିମିୟମ ବସ୍ରେ ଯାତ୍ରୀମାନଙ୍କୁ ଏଣିକି କିଲୋମିଟର ପିଛା ୬ ପଇସା ଅଧିକ ଦେବାକୁ ହେବ। ସୁପର ପ୍ରିମିୟମ ଭଡା ୨ଟଙ୍କା ୪୭ ପାଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031