Indus Valley Times

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

 Breaking News

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

November 17
10:57 2022

ଭୁବନେଶ୍ୱର,୧୭/୧୧: ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।
ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି।
ଅବସର ବେଉରିଆ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମ୍ୟାନମାର, ଶ୍ରୀଲଙ୍କା ଓ ମାଡାଗାସ୍କାରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି। ସେ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କାରରେ ୧୯୯୯ ମସିହା ସେପ୍ଟେମ୍ବରରୁ ୨୦୦୧ ମସିହା ନଭେମ୍ବର ମାସ ପର‌୍ୟ୍ୟନ୍ତ ଭାରତୀୟ ରାଷ୍ଟ୍ରଦୂତ ଭାବେ କାମ କରିଥିଲେ। ଅଧିକାଂଶ ସମୟରେ ବିଭିନ୍ନ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଅବସର ବେଉରିଆ ଭାରତୀୟ ପ୍ରତିନିଧି ଦଳ ସହ ସାମିଲ ହୋଇଥିଲେ।
ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଏବଂ ଅଧ୍ୟାପକ ଭାବେ କାମ କରିଥିଲେ। ରେଭେନ୍ସା କଲେଜରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଅବସର ପରେ ସେ ଓଡ଼ିଆ ଓ ଇଂରାଜୀ ଖବରକାଗଜ ପାଇଁ ସ୍ତମ୍ଭକାର ଭାବେ କାମ କରୁଥିଲେ।
ଏଥିସହିତ ବିଭିନ୍ନ ସାମାଜିକ କାମରେ ଜଡିତ ରହିଥିଲେ। ସଂସ୍କୃତି ସୁରକ୍ଷା ଦିଗରେ ମଧ୍ୟ ସେ ଅନେକ କାମ କରିଛନ୍ତି। ଭୁବନେଶ୍ୱର ଆଚାର‌୍ୟ୍ୟ ବିହାରରେ ଥିବା ରିଜିଓନାଲ ମ୍ୟୁଜିୟମ ଅଫ୍ ନାଚୁରାଲ ହିଷ୍ଟ୍ରି ପ୍ରତି ମଧ୍ୟ ତାଙ୍କର ବହୁତ ଅବଦାନ ରହିଛି।
ଅବସର ବେଉରିଆଙ୍କ ଦୁଇ ଝିଅ ଆମେରିକାରେ ଅଛନ୍ତି। ସେମାନେ ଆସିଲେ ତାଙ୍କ ଶବ ସଂସ୍କାର ହେବ ବୋଲି ଅବସର ବେଉରିଆଙ୍କ ପତ୍ନୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031