Indus Valley Times

ଭିଜିଲାନ୍ସ ପଞ୍ଝାରେ ଆରଆଇ ଓ ଅମିନ, ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

 Breaking News

ଭିଜିଲାନ୍ସ ପଞ୍ଝାରେ ଆରଆଇ ଓ ଅମିନ, ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଭିଜିଲାନ୍ସ ପଞ୍ଝାରେ ଆରଆଇ ଓ ଅମିନ, ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ
August 20
18:33 2024

ସମ୍ବଲପୁର,୨୦/୮: ଏକ ଜମି ମାପ ଓ କାଗଜପତ୍ର ପ୍ରସ୍ତୁତ ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେଶାଇବାହାଲ ମହିଳା ରାଜସ୍ବ ନୀରିକ୍ଷକ(ଆର୍‌ଆଇ) ଓ ଅମିନ। ସାଲୋହି ଗ୍ରାମର ଶିବ ଚରଣ କଉଡିଙ୍କୁ ତାଙ୍କ ଜମି ମାପିବା ସହ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ପାଇଁ ରାଜସ୍ବ ନୀରିକ୍ଷକ(ଆର୍‌ଆଇ) ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ତେଣୁ ଶ୍ରୀ କଉଡି ପ୍ରଥମ ଦଫାରେ ୩ହଜାର ଟଙ୍କା ଦେଇଥିଲେ। ପରେ ଉଭୟେ ଅବଶିଷ୍ଟ ୭ ହଜାର ଟଙ୍କା ମାଗିବାରୁ ଅନ୍ୟ ଉପାୟ ନ ପାଇ ଶ୍ରୀ କଉଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇ ସେମାନଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।
ଏହାବାଦ ଉକ୍ତ ବ୍ୟକ୍ତି କେଶାଇବାହାଲ ଆରଆଇ ଶ୍ରୀମତି ପ୍ରଧାନଙ୍କୁ ତାଙ୍କ ଦାବି ଅନୁଯାୟୀ ଅବଶିଷ୍ଟ ୭ ହଜାର ଟଙ୍କା ଦେବାକୁ ତାଙ୍କ କାର୍ଯ୍ୟକାଳ ଆସିଥିଲେ।
ତେବେ ଆରଆଇଙ୍କ ପରାମର୍ଶ କ୍ରମେ ଅମିନ ଶ୍ରୀ ସାହୁ ୭ ହଜାର ଟଙ୍କାକୁ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ଉଭୟ ଆରଆଇ ଓ ଅମିନଙ୍କୁ କାବୁ କରି ସେମାନଙ୍କଠାରୁ ଲାଞ୍ଚ ଟଙ୍କାକୁ ଜବତ କରିଛି।
ଏହାବାଦ ଉଭୟଙ୍କୁ ଗିରଫ କରିବା ସହ ଆର୍‌ଆଇ ତୁଳସା ପ୍ରଧାନ, ଅମିନ ମୁକେଶ ସାହୁଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଦଳ ଉଭୟଙ୍କ ସମ୍ପତ୍ତିର ତଦନ୍ତ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031