Indus Valley Times

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

 Breaking News

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

September 17
11:58 2024

ଓଡ଼ିଶା, ୧୭/୯ : ପୂର୍ବ ନିର୍ଦ୍ଧାରିତ କାର‌୍ୟ୍ୟସୂଚୀ ଅନୁଯାୟୀ, ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଏଥିପାଇଁ ରାଜଧାନୀର ଜନତା ମଇଦାନରେ ଭବ୍ୟ ଆୟୋଜନ ହୋଇଛି ।
ଜନତା ମଇଦାନରେ ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ ୪ଟି ସେଡ୍ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୋଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି।
ଏପଟେ ଭୁବନେଶ୍ୱର ଏୟାରପୋର୍ଟରୁ ସିଧା ଗାଡ଼କଣ ଅଭିମୁଖେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିବେ । ଏଥିସହ ନିଜ ଜନ୍ମ ଦିନରେ ପିଏମ୍ ଆବାସ ଯୋଜନାର ହିତାଧିକାରୀ ଅନ୍ତର‌୍ୟ୍ୟାମୀ ନାୟକଙ୍କ ଘରେ ମୋଦି ଖାଇବେ କ୍ଷୀରି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ। ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ। ଏଥିସହ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ। ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିବେ ମୋଦି ।
ଏହାପରେ ଜନତା ମଇଦାନ ଅଭିମୁଖେ ବାହାରିବ ମୋଦିଙ୍କ କାର୍‌କେଡ । ଜନତା ମଇଦାର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକଙ୍କ ପ୍ରବେଶ ପାଇଁ ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ସେଠାରେ ମୋଦି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ। ଏଥିନିମନ୍ତେ ଜନତା ମଇଦାନରେ ପ୍ରବଳ ଜନସମାଗମ ହୋଇଥିବା ବେଳେ ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930