Indus Valley Times

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ

 Breaking News

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ

November 06
11:09 2023

ଭୁବନେଶ୍ୱର,୬/୧୧: ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ସୋମବାର ସକାଳ ୭.୧୦ରେ ଉଡ଼ାଣ କରିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନ ୮.୪୫ରେ କୋରାପୁଟ ଜିଲାର ଜୟପୁରଠାରେ ପହଞ୍ଚିଛି। ତେବେ ଏହି ବିମାନ ଜୟପୁରରୁ ସକାଳ ୯ଟାରେ ଛାଡ଼ି ଭୁବନେଶ୍ୱରରେ ୧୦.୧୫ରେ ପହଞ୍ଚିବ ବୋଲି ବିମାନବନ୍ଦର ସୂତ୍ରରୁ ପ୍ରକାଶ।
ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର ଗସ୍ତ କରିଛନ୍ତି। ସେହିପରି ଜୟପୁରରୁ ୮ ଜଣ ଯାତ୍ରୀ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି।
ବଡ଼ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।
ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୧ରେ କୋରାପୁଟ ଜିଲାର ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031