Indus Valley Times

ଭୁବନେଶ୍ୱରରେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ,ଗିରଫ ହେଲେ ଅଭିଯୁକ୍ତ ମାମୁଁ ଓ ଜଣେ ସହଯୋଗୀ

 Breaking News

ଭୁବନେଶ୍ୱରରେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ,ଗିରଫ ହେଲେ ଅଭିଯୁକ୍ତ ମାମୁଁ ଓ ଜଣେ ସହଯୋଗୀ

ଭୁବନେଶ୍ୱରରେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ,ଗିରଫ ହେଲେ ଅଭିଯୁକ୍ତ ମାମୁଁ ଓ ଜଣେ ସହଯୋଗୀ
April 29
19:19 2022

ଭୁବନେଶ୍ୱର, ୨୯/୪ : ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଥାନା ପୁଲିସ୍ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ମାମୁଙ୍କୁ ଥାନାରେ ଅଟକ ରଖିଛି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ କରିଥିବା ଯୁବତୀଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ। ସେ ଏଠାରେ ନୟାପଲ୍ଲୀରେ ଏକ ଘରୋଇ ହଷ୍ଟେଲରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। କିଛି ଦିନ ତଳେ ସେ ଜଣେ ଯୁବକଙ୍କୁ ବାହା ହୋଇଥିଲେ। ସେମାନଙ୍କର ରେଜିଷ୍ଟ୍ରି ମ୍ୟାରେଜ୍ ହୋଇଥିଲା। ତେବେ କୌଣସି ପାରିବାରିକ କାରଣରୁ ସେ ସ୍ୱାମୀଙ୍କ ସହିତ ତାଙ୍କ ଘରେ ରହୁ ନାହାନ୍ତି।
ଆଜି ଏହି ଯୁବତୀଙ୍କ ସ୍ୱାମୀ ଓ ମାମୁ ଆସି ତାଙ୍କୁ ଜବରଦସ୍ତି କାରରେ ନେଇ ଚାଲି ଯାଉଥିଲେ। ଯୁବତୀ ଜଣଙ୍କ ଏନେଇ ପ୍ରଥମେ ପିସିଆର୍କୁ ଫୋନ୍ କରିଥିଲେ। ପାଟ୍ରୋଲିଂ ପୁଲିସ୍ ଯାଇ ଦେଖିଲା ବେଳକୁ ତାଙ୍କୁ କିଛି ଲୋକ ଜବରଦସ୍ତି ନେଇ ଯାଉଥିଲେ। ପାଟ୍ରୋଲିଂ ପୁଲିସ୍ ସେମାନଙ୍କୁ ଅଟକାଇ ଥିଲା। ଯୁବତୀ ଜଣଙ୍କୁ ପୁଲିସ୍ ଉଦ୍ଧାର କରିଥିବା ବେଳେ ତାଙ୍କ ମାମୁଙ୍କୁ ଥାନାରେ ଅଟକ ରଖିଛି। ଯୁବତୀଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଯୁବତୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହେବ। କାରଣ ସେମାନେ ଏହି ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ନେଇ ଯାଉଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031