Indus Valley Times

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

 Breaking News

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ
August 20
16:40 2022

ଭୁବନେଶ୍ୱର,୨୦/୮: ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପଞ୍ଚମ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ଘଟଣା ଘଟିଛି। ମୃତ ରୋଗୀ ହେଉଛନ୍ତି ମହେନ୍ଦ୍ର ସ୍ୱାଇଁ।
ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ଏମ୍ସ ସର୍ଜରୀ ବିଭାଗର ପଞ୍ଚମ ମହଲାରେ ଚିକିତ୍ସିତ ହେଉଥିଲେ। ସାଙ୍ଗରେ ଥିଲେ ତାଙ୍କ ପତ୍ନୀ। କୌଣସି କାରଣରୁ ମହେନ୍ଦ୍ରଙ୍କ ପଦ କଟାଇ ଯାଇ ସର୍ଜରୀ କରାଯାଇଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ। ଆଜି ଅପରାହ୍ନରେ ସେ ଝରକା ଦେଇ ପଞ୍ଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।
ମହେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହୋଇନଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଛାତରୁ ଡେଇଁ ପଡ଼ିଲେ ମହେନ୍ଦ୍ର, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏନେଇ ମୃତ ମହେନ୍ଦ୍ରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031