ମଗଜି ଲଡୁକୁ ମିଳିବ ଜିଆଇ ଟ୍ୟାଗ୍ !
![ମଗଜି ଲଡୁକୁ ମିଳିବ ଜିଆଇ ଟ୍ୟାଗ୍ !](http://indusvalleytimes.com/news/wp-content/uploads/2022/12/gi-tag-680x365_c.jpg)
December 02
13:36
2022
ଢ଼େଙ୍କାନାଳ,3/12: ଢ଼େଙ୍କାନାଳ ଜିଲ୍ଲାର ସ୍ୱାଦିଷ୍ଟ ମଗଜି ଲଡୁକୁ ମିଳିବ ଜିଆଇ ଟ୍ୟାଗ୍ । ଢ଼େଙ୍କାନଳ ଜିଲ୍ଲା ଗଅଁଦିଆ ବ୍ଲକର ଷଡଙ୍ଗୀ ଗାଁର ଚକ୍ରଧର ସାହୁ ନାମକ ଜଣେ ମିଠାକାରିଗର ଏହି ଲଡ଼ୁକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ଆରମ୍ଭ କରିଥିଲେ । ଗୋଲ ଗୋଲ ଧୋବ ଫରଫର ଲଡ଼ୁ ମଇଁଷୀ କ୍ଷୀରରେ ତିଆରି ଛେନାରୁ ପ୍ରସ୍ତୁତ ହୋଇଥାଏ ଏହି ଲଡ଼ୁ ।