Legatus

ମହାନଦୀରେ ଭାସିଗଲେ ଦୁଇ ଛାତ୍ର, ଘରୁ ସ୍କୁଲ ଯିବା ପାଇଁ ବାହାରିଥିଲେ ହେଲେ

 Breaking News

ମହାନଦୀରେ ଭାସିଗଲେ ଦୁଇ ଛାତ୍ର, ଘରୁ ସ୍କୁଲ ଯିବା ପାଇଁ ବାହାରିଥିଲେ ହେଲେ

August 08
20:01 2023

କଟକ,୮/୮ : କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। ଏବେ ମହାନଦୀରେ ବହୁତ ପାଣିଥିବା ଯୋଗୁ ଗାଧୋଉ ଥିବା ବେଳେ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି।
ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ରହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31