Indus Valley Times

ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ

 Breaking News

ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ

ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ
July 14
09:36 2026

ଭୁବନେଶ୍ବର, ୧୪/୭ : ଜ୍ୟେଷ୍ଠ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଜଳରେ ଗାଧୋଇବା ପରେ ପ୍ରବଳ ଜ୍ବରରେ ପୀଡିତ ମହାପ୍ରଭୁ ସୁସ୍ଥ ହୋଇସାରିଛନ୍ତି। ୧୫ଦିନ ପରେ ମହାପ୍ରଭୁ ଆଜି ତାଙ୍କର ଭକ୍ତଙ୍କୁ ନବଯୌବନ ରୂପରେ ଦର୍ଶନ ଦେବେ। ଏହି ସମୟରେ ଏକ ଅପୂର୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।
ତେବେ ଚତୁର୍ଦ୍ଦଶୀ କ୍ଷୟ ଯୋଗୁଁ ଶ୍ରୀମନ୍ଦିରରେ ଦୁଇଦିନର କାମ ଗୋଟେ ଦିନରେ ସମ୍ପନ୍ନ କରାଯିବାକୁ ନିଷ୍ପତ୍ତି ହୋଇ। ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ମାତ୍ର ମହାପ୍ରଭୁଙ୍କ ନବ‌ଯୌବନ ଦର୍ଶନ ମାତ୍ର ୨ ଘଣ୍ଟା ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସମ୍ଭବତଃ ଅପରାହ୍ଣ ୨ଟା ପରେ ନବଯୌବନ ଦର୍ଶନର ସୁଯୋଗ ମିଳିବ। ନୀତିକାନ୍ତିକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯିବ। ସମ୍ଭବତଃ ଅଧିକ ସଂଖ୍ୟକ ଭକ୍ତ ଦର୍ଶନ କରିବା ସମ୍ଭବ ହେବ ନାହିଁ। କେତେ ସମୟ ଦର୍ଶନ କରିବାର ସୁଯୋଗ ମିଳିବ, ସେନେଇ ସିଂହଦ୍ବାରଠାରେ ଡାକବାଜିରେ ଭକ୍ତଙ୍କୁ ସୂଚନା ଦିଆଯିବ। ସମସ୍ତ ଭକ୍ତ ଏଥିପାଇଁ ସହଯୋଗ କରିବାକୁ ଡ. ପାଢ଼ୀ ନିବେଦନ କରିଛନ୍ତି।
ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ନବ‌ଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ପ୍ରକାଶିତ ନୀତି ନିର୍ଘଣ୍ଟ ମୁତାବକ, ଆଜି ସକାଳ ୯ଟାରେ ଝୁଣ ବାହାରିବା ପରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ ହେବ। ପରେ ବନକଲାଗି, ଚକା ଅପସର ହୋଇ ଦିନ ୧୨ଟା ୧୫ରେ ମଙ୍ଗଳ ଆଳତି, ମଇଲମ, ଅବକାଶ ହେବ। ଦିନ ୧ଟା ୧୫ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ସାଢ଼େ ଗୋଟେ‌ରେ ତାଟି ଫିଟିବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031