Indus Valley Times

ମହିଳାଙ୍କ ଅଭିଯୋଗ ଶୁଣିବ କଂଗ୍ରେସ, ଉନ୍ମୋଚିତ ହେଲା ପୋର୍ଟାଲ

 Breaking News

ମହିଳାଙ୍କ ଅଭିଯୋଗ ଶୁଣିବ କଂଗ୍ରେସ, ଉନ୍ମୋଚିତ ହେଲା ପୋର୍ଟାଲ

ମହିଳାଙ୍କ ଅଭିଯୋଗ ଶୁଣିବ କଂଗ୍ରେସ, ଉନ୍ମୋଚିତ ହେଲା ପୋର୍ଟାଲ
July 24
16:05 2025

ଭୁବନେଶ୍ୱର,୨୪/୭: ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ବଡ଼ ସୂଚନା ନେଇଛନ୍ତି। ଆଜିଠାରୁ କଂଗ୍ରେସ ଭବନରେ ଏକ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଯେକୌଣସି ମହିଳା ଅଭିଯୋଗ ପ୍ରକୋଷ୍ଠକୁ ଆସି ‘ନାରୀ ନ୍ୟାୟ’ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଏପରିକି ମେଲ୍ କରି କିମ୍ବା କ୍ୟୁଆର୍ କୋଡ୍ ସ୍କାନ କରି ଅଭିଯୋଗ କରିପାରିବେ।
ଶୁକ୍ରବାରଠାରୁ ଏହି ଆପ୍ କାର‌୍ୟ୍ୟ କରିବ, ଏପରିକି ଖୁବ ଶୀଘ୍ର ଟୋଲ ଏକ ଫ୍ରି ନଂ ଜାରି କରାଯିବ ବୋଲି ପିସିସି ସଭାପତି କହିଛନ୍ତି। ଅଭିଯୋଗ ଆସିଲେ କଂଗ୍ରେସ ଟିମ୍ ଯାଇ ପୀଡ଼ିତାଙ୍କୁ ଭେଟିବ। ଏପରିକି ନ୍ୟାୟ ଦେବା ପାଇଁ ସରକାର ପୋଲିସ ଉପରେ ଚାପ ପକାଇବା ସହ ଶକ୍ତିଶ୍ରୀ’କୁ ନାରୀ ନ୍ୟାୟ ପୋର୍ଟାଲ କାଉଣ୍ଟର କରିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ‘ଶକ୍ତିଶ୍ରୀ’କୁ କାଉଣ୍ଟର କରିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930