Indus Valley Times

ମହୁଆଭଟା ଗାଁରେ ମାତିଛି ବାଘ: ଗାଈକୁ ମାରି ଖାଇଲା

 Breaking News

ମହୁଆଭଟା ଗାଁରେ ମାତିଛି ବାଘ: ଗାଈକୁ ମାରି ଖାଇଲା

ମହୁଆଭଟା ଗାଁରେ ମାତିଛି ବାଘ: ଗାଈକୁ ମାରି ଖାଇଲା
March 25
11:23 2023

ନୂଆପଡ଼ା,୨୫/୩: ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ଏକ ରକ୍ତମୁଖା ବାଘ ଆଜିକୁ ୧୯ ଦିନ ହେଲା ଆତଙ୍କ ଜାରି ରଖିଛି।
ପୂର୍ବରୁ ଗୋଟିଏ ବଳଦ, ଗୋଟିଏ ମଇଁଷି ଓ ୩ଟି ବାଛୁରୀକୁ ମାରି ଦେଇଥିବା ବେଳେ ତରିଆମହୁଆଭଟା ଗାଁରେ ଆଜି ସକାଳୁ ପୁଣି ଏକ ଗାଈକୁ ମାରି ଖାଇଥିବା ଜଣାଯାଇଛି। ଆମାନେରା ପଞ୍ଚାୟତ ଅଞ୍ଚଳରେ ବାଘଟି ଆଜିକୁ ୧୮ ଦିନ ହେଲା ଆତଙ୍କ ଜାରି ରଖିଛି।
ତେବେ ଦିନକୁ ଦିନ ବାଘ ଆତଙ୍କ ବଢ଼ିବାରେ ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲୋକଙ୍କ ଜୀବନଜୀବିକା ସବୁ ଠପ୍ ହୋଇଯାଇଥିବାରୁ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଥିବା ଦେଖାଯାଉଛି।
ତେବେ ବିଭାଗ ପକ୍ଷରୁ ସନ୍ଧ୍ୟା ହେଲେ ଲୋକଙ୍କୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଳମଡ଼େଇ ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ମାରିଖାଇଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031