Indus Valley Times

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ୱାକ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

 Breaking News

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ୱାକ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ୱାକ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ
November 21
10:49 2022

ଖଲ୍ଲିକୋଟ,୨୧/୧୧: ଆଣ୍ଠୁ ଯନ୍ତ୍ରଣା ଅସହ୍ୟ ହେବାରୁ ଏଥିରୁ ମୁକ୍ତି ପାଇବାକୁ କ୍ୱାକଙ୍କ ପାଖକୁ ଧାଇଁ ଯାଇଥିଲେ ରୋଗୀ। ମାତ୍ର ଟଙ୍କା ନାହିଁ ତ ଚିକିତ୍ସା ନାହିଁ କହି ଫେରାଇ ଦେଲେ କ୍ୱାକ୍। ଏପରି ଅପମାନିତ ହେବା ଘଟଣା ଦେହ ଯନ୍ତ୍ରଣାକୁ ବି ବଳିଗଲା । ଉକ୍ତ ଦିନ ହିଁ ଏହାର ପ୍ରତିଶୋଧ ନେବାକୁ ଶପଥ ନେଇଥିବା ରୋଗୀଜଣକ କ୍ୱାକ୍ଙ୍କୁ ଆକ୍ରମଣ କରି ତାଙ୍କ ଜୀବନ ନେଇଗଲେ। ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏକଥା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି ଖୋଦ ଅଭିଯୁକ୍ତ।
ଖଲ୍ଲିକୋଟ ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଗତ ଶୁକ୍ରବାର ଶାଙ୍ଗୁଡ଼ା ଗାଁର କ୍ୱାକ୍ ଜୟ ମହାନ୍ତି ଗାଁରୁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିଲେ। ଏହି ସମୟରେ ଗୁଣ୍ଡରିପଲ୍ଲୀ ଗାଁର ଅନୀଲ ଶବରଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା। ସେ ଜୟଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ଜୟ ମେଡିସିନ୍ ବାବଦକୁ ୬୦୦ଟଙ୍କା ମାଗିଥିଲେ। ହେଲେ ଅନୀଲ ୬୦୦ ଟଙ୍କା ଦେଇ ପାରି ପାରିବେନି ବୋଲି କହିଥିଲେ। ପଇସା ନ ଦେବାରରୁ ଜୟ ଅନୀଲକୁ ମେଡିସିନ ଦେଇ ନଥିଲେ। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଜୟ ସେଠାରୁ ପଳାଇ ଯାଇଥିଲେ।
ଏହି କଥାକୁ ନେଇ ଅନୀଲ ଜୟଙ୍କ ଉପରେ ରାଗ ରଖିଥିଲେ। ତାଙ୍କୁ ହତ୍ୟା କରିବାପାଇଁ ଯୋଜନା କରିଥିଲେ। ଏନେଇ ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ। ଜୟ ରାତିରେ ସାଇକେଲରେ ଘରକୁ ଫେରିଲା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଘମାରୀରେ ନିକଟରେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ପୋତି ଦେବାକୁ ଉଦ୍ୟମ କରିଥିଲେ। ବିଲରେ ଗାତ ଖୋଳି ପୋତିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ଆସି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031