ମିଳିଲା ପ୍ରତିଶୃତି, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
March 13
10:03
2024
ଭୁବନେଶ୍ବର, ୧୩/୩: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ।
ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ ୧୫ ଦିନ ସମୟ ନେଇଛି ବିଏମସି। ତେବେ ଜାଣିରଖିବା ଉଚିତ୍ ଯେ, ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ। ୧୫ ହଜାର ଟଙ୍କା ଦରମା ଦାବି କରିଥିଲେ ସଫେଇ କର୍ମଚାରୀ।