Indus Valley Times

ମିଳିଲା ପ୍ରତିଶ୍ରୁତି, ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନଲିସା

 Breaking News

ମିଳିଲା ପ୍ରତିଶ୍ରୁତି, ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ସନଲିସା

November 28
17:52 2023

ଭୁବନେଶ୍ବର,୨୮/୧୧: ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିସା ପଟେଲ ଷଷ୍ଠ ଦିନରେ ମଙ୍ଗଳବାର ଧାରଣା ପ୍ରତ୍ୟାହାର କରିଛନ୍ତି। ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନେଇ ସେ ଗତ ଗୁରୁବାର (୨୦୨୩ ନଭେମ୍ବର ୨୩) ଠାରୁ ଅନିଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ। ଆଜି ଚଳଚ୍ଚିତ୍ର ପ୍ରସଙ୍ଗରେ ସରକାରଙ୍କ ସହିତ ସଫଳ ଆଲୋଚନା ପରେ ସେ ଧାରଣାରୁ ଉଠିଥିଲେ।
ଏବେ ସନଲିସା ପଟେଲଙ୍କ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ନୂଆ ନିୟମ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଓଡ଼ିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରର ପ୍ରୋତ୍ସାହନ ପାଇଁ ଚଳିତ ଆର୍ଥିକ ବର୍ଷରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ନୀତି ଆସିବ। ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ଶ୍ରୀ ଶର୍ମା କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ମାଧ୍ୟମରେ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ସିନେମା ଶିଳ୍ପର ବିକାଶ ଦିଗରେ ସରକାର କ’ଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ଆଲୋଚନା ହୋଇଛି। ଆଲୋଚନାରେ ଚଳଚ୍ଚିତ୍ର ଶିଳ୍ପର ପ୍ରଯୋଜକ ନିର୍ଦେଶକ ଓ କଳାକାରମାନେ ସାମିଲ ଥିଲେ। ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ସମସ୍ୟା ଦିଗରେ ପ୍ରଯୋଜକ ନିର୍ଦ୍ଦେଶକ ଓ ବରିଷ୍ଠ କଳାକାରମାନେ ନିଜର ଅଭିଯୋଗ ଓ ପରାମର୍ଶ ରଖିଥିଲେ। ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ ଓ ବିତରଣର କିପରି ସୁଧାର ଆସିପାରିବ ଓ ଓଡ଼ିଶାରେ ସିନେମା ହଲର ସଂଖ୍ୟା ହ୍ରାସ ହେଉଥିବା ବେଳେ କିଭଳି ବଢିବ ବିଶେଷ କରି ସିନେମା ଶିଳ୍ପର ବିକାଶ କିଭଳି ହେବ ସେନେଇ ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି।
ଶ୍ରୀ ଶର୍ମା କହିଛନ୍ତି ଯେ, ନୂଆ ନିୟମ ଅନୁଯାୟୀ ୨୦୧୯ର ଓଡିଶା ଫିଲ୍ମ ପଲିସି ବା ନିୟମକୁ ପରିବର୍ତ୍ତନ କରାଯାଇ ଆଗାମୀ ଆର୍ଥିକ ବର୍ଷରେ ଏକ ନୂଆ ପଲିସି ଆସିବ, ଯେଉଁଥିରେ ବିତରଣ ଓ ପ୍ରଦର୍ଶନ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟା ଦୂର ହେବ। ନୂଆ ନିୟମ ସରଳୀକରଣ, ଅନ୍ଲାଇନ୍ ସହ ଗୋଟିଏ ଆପ୍ଲିକେସନ୍ ଚଳଚ୍ଚିତ୍ର ପ୍ରାବଧାନ ଆସିବ।
ବିତରଣ ଓ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ନୂଆ ହଲ ହେବ। ଫଳରେ ହଲର ସଂଖ୍ୟା ବଢିବ। ଗ୍ରାମାଞ୍ଚଳ ସହରର ଉପକୂଳ ଅଂଚଳରେରେ ସିଙ୍ଗିଲ୍ ସ୍କ୍ରିନ୍ ଥିଏଟର ହଲ ଗୁଡ଼ିକ ପ୍ରସ୍ତୁତ ହେବ। ବନ୍ଦ ପଡ଼ିଥିବା ହଲର ପୁନରୁଦ୍ଧାର କରାଯିବ। ଏଥିପାଇଁ ସବସିଡ଼ିର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଏହି ପରିବର୍ତ୍ତନ ଗୋଟେ ଲମ୍ବା ଧାରା। ଆମେ ଆଜି ପ୍ରଯୋଜକ କଳାକାର ଓ ନିର୍ଦେଶକଙ୍କ ସହ କଥା ହେଉଛୁ। ଆଗକୁ ଚଳଚିତ୍ର ଶିଳ୍ପ ସହ ଯୋଡି ହୋଇଥିଲା ଅନ୍ୟ ଷ୍ଟେକ ହୋଲଡ଼ରଙ୍କ ସହ ଆଲୋଚନା କରି ଖୁବ୍ଶୀଘ୍ର ଏହି ଦିଆଗରେ ପଦକ୍ଷେପ ନିଆଯିବ।
ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ସହ ଏହି ଆଲୋଚନାରେ ବରିଷ୍ଠ ପ୍ରଯୋଜରେ ଓ କଳାକାର ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ମହେଶ୍ୱତା ମହାନ୍ତି, ପ୍ରଯୋଜକ ତାପସ ସରଗରିଆ, ଅଭିନେତା ସୁକାନ୍ତ ରଥ, ବୁଦ୍ଧାଦିତ୍ୟ, ଅଖିଳ ପଟ୍ଟନାୟକଙ୍କ ପରି ଜଣାଶୁଣା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ଆନ୍ଦୋଳନ ମାଧ୍ୟମରେ ଆସିଥିବା ୫ ଦଫା ଦାବି ସହ ଓଡ଼ିଆ ସିନେମାର ବିକାଶରେ ବାଧକ ସାଜୁଥିବା ବିଭିନ୍ନ ଦିଗରେ ସମସ୍ୟା ବିଷୟରେ ନିଜର ମତ ରଖିଥିଲେ।
ତାହା ପ୍ରଶାସନିକ ଅଧିକାରୀମାନେ ଶୁଣିଥିଲେ। ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା ବେଳେ ଆଗକୁ ସିନେମାର ବିକାଶ ଦିଗରେ ସରକାର ପଦକ୍ଷେପ ନେବେ ପ୍ରତିଶ୍ରୁତି ମିଳିଛି ବୋଲି ଓଏଫ୍ଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଆ ଚଳଚ୍ଚିତ୍ରର ପ୍ରମୁଖତା ଓ ପ୍ରାଧାନ୍ୟତା ବିଷୟରେ ସରକାର ସହୃଦୟତାର ସହ ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30