Indus Valley Times

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୯ ଯୋଡ଼ିଙ୍କ ସାମୁହିକ ବାହାଘର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସମ୍ପନ୍ନ

 Breaking News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୪୯ ଯୋଡ଼ିଙ୍କ ସାମୁହିକ ବାହାଘର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସମ୍ପନ୍ନ

April 21
22:43 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୧/୪ : ରାଜ୍ୟ ସରକାରଙ୍କର ଯୁଗାନ୍ତକାରୀ ଆର୍ଥିକ ଅନଗ୍ରହସର ପରିବାରର ଝିଅ ମାନଙ୍କ ବାହାଘର ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲସ ଫୋରମ୍ ସ୍ବେଛାସେବୀ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଖୋରଧାର ଆରାଧ୍ୟ ଦେବୀପୀଠ ମା\” ବରୁଣେଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଉତ୍ସବ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ପୌରହିତ୍ୟରେ ଖୋରଧା ଜିଲ୍ଲାର ୪୯ ଗୋଟି ଯୋଡିକୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସମ୍ପୂର୍ଣ୍ଣ ବୈଦିକ ରିତୀନୀତିରେ ବିବାହ କାର୍ଯ୍ୟ ସମ୍ପୂର୍ଣ କରାଯାଇଅଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଖୋରଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ୪୯ ଯୋଡି ବର କନ୍ୟାଙ୍କୁ ରୁପାର ମଙ୍ଗଳ ସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶ୍ରିବାଦ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ମାନ୍ୟବର ବିଧାୟକ ଭୁବନେଶ୍ଵର, ମଧ୍ୟ ,ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ, ଖୋରଧା ପୌରାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ସାଧାରଣ ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ,ଶ୍ରୀ ଜ୍ୟୋତି ଶଙ୍କର ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ଶ୍ରୀ ଅନାଦି ଚରଣ ସେଠି, ଅବକାରୀ ଅଧିକ୍ଷକ ,ଶ୍ରୀମତୀ ସୁମିତ୍ରା ତ୍ରିପାଠୀ, ସଦର ବିଡ଼ିଓ ,ସିଦ୍ଧାର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ,ଶ୍ରୀ ବେଉରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ ଓ କାର୍ଯ୍ୟକାରୀ ସଂସ୍ଥା ପିପୁଲ୍ସ ଫୋରମ୍ ସଭାପତି, ସମ୍ପାଦକଙ୍କ ମିଳିତ ପରିଚାଳନାରେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଥିଲା ।
ଏଥି ନିମନ୍ତେ ୪୯ ଗୋଟି ବରକନ୍ୟା ଯୋଡ଼ି ବିଭାଘର ନିମନ୍ତେ ୪୯ ଗୋଟି ବେଦି ସହ ୪୯ ଜଣ ବ୍ରାହ୍ମଣ ଙ୍କୁ ନିୟୋଜିତ କରାଯାଇଥିଲା ।
୪୯ ଜଣ କନ୍ୟାଙ୍କୁ ବନାରସୀ ପାଟ ଓଢ଼ଣି ଏବଂ ୪୯ ଜଣ ବରଙ୍କୁ ଶେରୱାନି,ଜୋତା ମୁକୁଟ, ମଙ୍ଗଳ ସୂତ୍ର, ଗୋଡର ଝୁଣ୍ଟିଆ,ବୈଦିକ ରୀତିନୀତି ତେଲିଙ୍ଗି ବାଜା , ଶଙ୍ଖ ,୧୭୦୦. ଲୋକଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ,ସକାଳ ଜଳଖିଆ ,ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ଖୋରଧା ପାଇକ ପଗଡି ପିପୁଲସଫୋରମ ତରଫରୁ ଯୋଗାଇ ଦିଆଯାଇଥିଲା । ଏହି ସାମୁହ ବିବାହ ଉତ୍ସବରେ ବିବାହ ପରେ ୪୯ ଯୋଡି ଦମ୍ପତିଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ବିବାହ ରେଜେଷ୍ଟ୍ରି ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ଏହି ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଆଜିଠାରୁ ସାତ ଦିନ ମଧ୍ୟରେ ସିଧା ସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଡକୁ ୪୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଇଠ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଗଣମାଧ୍ୟମ ପତିନିଧି ବୃନ୍ଦ ଯୋଗ ଦେଇଥିଲେ ।
ଶେଷରେ ବିବାହିତା ଦମ୍ପତି ମାନେ ଗୁରୁଜନ ମାନଙ୍କ ଆଶ୍ରିବାଦ ସହ ମା ବରୁଣେଇ କରୁଣେଇଙ୍କ ଆଶ୍ରିବାଦ ନେଇଥିଲେ । ଏଠାରେ ପ୍ରକାଶ ଥାଉକି ଓଡିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଆର୍ଥିକ ଅନଗ୍ରସର ପରିବାରର ଝିଅ ମାନଙ୍କ ବିବାହ ପାଇଁ ଏକ ସହାୟକ ଯୋଜନା ,ଏହି ଯୋଜନା ଆଧୀନରେ ହିତାଧିକାରୀଙ୍କୁ ମୋଟ ୬୦ ହଜାର ଟଙ୍କା ସହାୟତା ଦିଆ ଯାଇଥାଏ ,୪୫ ହଜାର ଟଙ୍କା ଡି ବି ଟି ମାଧ୍ୟମରେ ପୈଠ କରାଯିବା ସହ ୧୦ ହଜାର ତାଙ୍କ ବିବାହ ଉପହାର ଯଥା ଶାଢ଼ୀ ,ଚୁଡି, ପାଉଁଜି ଏବଂ ଅନନ୍ୟା ଜରୁରୀ ସାମଗ୍ରୀ ପାଇଁ ବ୍ୟୟ କରାଯାଏ ଏବଂ ୫ ହଜାର ଟଙ୍କା ବିବାହ ମଣ୍ଡପ ସାଜସଜା ,ଖାଦ୍ୟପେୟ, ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବ୍ୟବହୃତ ହୁଏ । ଏହି ଯୋଜନାରେ ହିତାାଧିକାରୀ ହେବାକୁ ହେଲେ କନ୍ୟାର ବୟସ ୧୮ ରୁ ୩୫ ଓ ବରର ବୟସ ୨୧ ରୁ ୩୫ ହବା ଆବଶ୍ୟକ ,ଉଭୟ ବର କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ ।
ଗୋଟିଏ ପରିବାରରୁ କେବଳ ଜଣେ ଝିଅ ଏହି ଯୋଜନାରେ ଲାଭ ପାଇ ପାରିବେ । ବିଧବା ବିବାହ କରୁଥିବା ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ମାନଙ୍କୁ ପ୍ରାଥମିକତା ଦିଆଯାଏ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031