Indus Valley Times

ମୁନିଗୁଡା ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ,୧୦ ଜଣ ଗିରଫ

 Breaking News

ମୁନିଗୁଡା ପୋଲିସ ଦ୍ୱାରା ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ,୧୦ ଜଣ ଗିରଫ

August 31
19:55 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡ଼ା,୩୧/୮: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା ୧୨ଟି ଟିଭି,୮ଟି ଇନଭେଟର ଓ ୫ଟି ବେଟିରି ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ କରିବା ସହ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ସୂଚନା ଅନୁଯାୟୀ ମୁନିଗୁଡା,ଅମ୍ବାଦଳା, ବିଷମକଟକ ଓ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅଞ୍ଚଳର ସେରକାପାଡ଼ି,ଭୁରୁଷିଖୁମାର,ସିକବନ୍ଧ,ବଡ଼ଲିମା,ବନ୍ଧୁଗୁଡା,ମୁସାନାଳ, ପାଣ୍ଡରାମୁଣ୍ଡା,ଅମ୍ବାଦଳା,ଲାଞ୍ଜିଗଡ ଆଦି ଅଞ୍ଚଳରୁ ଗତ କିଛି ଦିନ ଧରି ବିଭିନ୍ନ ଅଙ୍ଗନବାଡି,ଶିଶୁ ଗୃହ, ବିଦ୍ୟାଳୟ ମାନଙ୍କରୁ ଟିଭି, ଇନଭେଟର ଓ ବେଟିରି ଚୋରି ହୋଇଥିବା ନେଇ ମୁନିଗୁଡା, ଅମ୍ବାଦଳା ଓ ବିଷମକଟକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଭିତ୍ତି କରି ରାୟଗଡା ଏସପି ହରିଶ ବିସିଙ୍କ ନିର୍ଦେଶ କ୍ରମେ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ତଦନ୍ତ ଜୋରସୋରରେ କରାଯାଇଥିଲା ।
ବିଭିନ୍ନ ଦିଗରୁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୧୨ଟି ଟିଭି,୮ଟି ଇନଭେଟର ଓ ୫ଟି ବେଟିରି ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଯବତ କରିଥିଲା କ୍ଷ ଗିରଫ ୧୦ ଜଣ ହେଲେ ମୁନିଗୁଡା ଥାନା ଅନ୍ତର୍ଗତ ପାଜିବାଲି ଗ୍ରାମର ଚନ୍ଦ୍ରକାନ୍ତ କାଡ୍ରାକା(୨୦), ଲକ୍ଷ୍ମୀକାନ୍ତ ସିକକା(୨୨), ଜୀଵନ କରସିକା(୧୯),ଉମାକାନ୍ତ ହିଆଲ(୨୧),ଈଶ୍ୱର ନେମାଲପୁରୀ(୧୯),ଭୁରୁଷିଖୁମାର ଗ୍ରାମର ଦୁଷ୍ମନ୍ତ ବିଶୋଇ(୧୯), ଛେଳିଆନାଳ ଗ୍ରାମର ମଣ୍ଟୁ ମହାନନ୍ଦିଆ(୨୨), ଅମ୍ବାଦଳା ଥାନା ଅନ୍ତର୍ଗତ ଛଡ଼ରାଙ୍ଗ ଗ୍ରାମର ବିଜୁ କୁସୁଲିଆ(୨୦),ଲାଞ୍ଜିଗଡ ଥାନା ଅନ୍ତର୍ଗତ ଆରବିକେ କଲୋନିର ଡମ୍ବୁରୁ ମାଝୀ(୨୫) ଓ କଟାଦ୍ୱାର ଗ୍ରାମର ଅଶୋକ ହରିଜନ(୨୬) ଏବଂ ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର ୧୬୮/୨୦୨୪ ଅଣ୍ଡର ସେକ୍ସନ ୩୩୧(୪)/୩୦୫(ବ) ବିଏନଏସ ରେ ମାମଲା ରୁଜୁ କରି ଉଜି ସମସ୍ତଙ୍କୁ କୋର୍ଟକୁ ଚାଲାଣ କରାଯିବା ସହ ଏହାର ଅଧିକ ତଦନ୍ତ କରାଯିବ ବୋଲି ଏସଡିପିଓ ସନ୍ତୋଷିନୀ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏହି ଘଟଣାରେ ଆଇଆଇସି ସୌଦାମିନୀ ବେହେରା ଙ୍କୁ ସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930