Indus Valley Times

ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ନିଆରା ଉପହାର ଦେଲା ଆମେରିକାର ଲୁନାର ସୋସାଇଟି, ଏଣିକି ପ୍ରତିବର୍ଷ ପାଳିତ ହେବ ‘ସୁଶାନ୍ତ ମୁନ୍ ଡେ’

 Breaking News

ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ନିଆରା ଉପହାର ଦେଲା ଆମେରିକାର ଲୁନାର ସୋସାଇଟି, ଏଣିକି ପ୍ରତିବର୍ଷ ପାଳିତ ହେବ ‘ସୁଶାନ୍ତ ମୁନ୍ ଡେ’

ମୃତ୍ୟୁ ପରେ ସୁଶାନ୍ତ ସିଂ ରାଜପୁତଙ୍କୁ ନିଆରା ଉପହାର ଦେଲା ଆମେରିକାର ଲୁନାର ସୋସାଇଟି, ଏଣିକି ପ୍ରତିବର୍ଷ ପାଳିତ ହେବ ‘ସୁଶାନ୍ତ ମୁନ୍ ଡେ’
March 10
16:24 2022

ମୁମ୍ବାଇ,୧୦/୩: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ ତାରିଖ ‘ସୁଶାନ୍ତ ମୁନ୍ ଡେ’ ରୂପେ ସେଲିବ୍ରିଟ କରାଯିବ । ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋଶାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲପାଇବାକୁ ମନେ ପକାଇ ନିଆଯାଇଛି ଏପରି ପଦକ୍ଷେପ ।
ଅଭିନୟ ସହ ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କର ଥିଲା ଅହେତୁକ ଦୁର୍ବଳତା। ଏପରିକି ସେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗା ବି କିଣି ଦେଇଥିଲେ। ଏପରିକି ନିଜ ଜାଗାକୁ ଦେଖିବାକୁ ଏକ ବହୁମୂଲ୍ୟର ଦୂରବିକ୍ଷଣ ଯନ୍ତ୍ର କିଣି ନିଜ ଘରେ ରଖିଥିଲେ। ହେଲେ ସବୁ କିଛି ଠିକ୍ ଚାଲିଥିବା ବେଳେ ଘଟିଲା ଅଘଟଣ । ୨୦୨୦ ଜୁନ୍ ୧୪ରେ ନିଜ ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଧକ୍କା ଦେଇଥିଲା।
ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର‌୍ୟ୍ୟବେଷିତ ଏକ ଫିଲ୍ମ ‘ଚନ୍ଦା ମାମା ଦୂର କେ’ରେ ମେନ୍ ଲିଡ ପ୍ଲେ କରିବା ନିମନ୍ତେ ସୁଶାନ୍ତଙ୍କ ନାଁ ଫାଇନାଲ ହୋଇଥିଲା। ଏଥିନିମନ୍ତେ ସେ ଖୁବ୍ ଉତ୍ସାହିତ ଥିବା ସହ ଆମେରିକା ବି ଯାଇଥିଲେ । ହେଲେ ଏହା ପୂର୍ବରୁ ଘଟିଲା ଅଘଟଣ ।
ସୁଶାନ୍ତଙ୍କ ମୃତ୍ୟୁ ପରେ ଅନ୍ତରୀକ୍ଷ ପ୍ରତି ତାଙ୍କ ଭଲ ପାଇବାକୁ ମନେ ପକାଇ ଆମେରିକାର ଲୁନର ଇଣ୍ଟରନ୍ୟାସନାଲ ତାଙ୍କ ଜନ୍ମ ଦିନକୁ ‘ସୁଶାନ୍ତ ମୁନ୍ ଡେ’ ରୂପେ ପାଳନ କରିବ ବୋଲି ନିଜ ସୋଶାଲ ମିଡିଆ ସାଇଟ୍ରେ ଘୋଷଣା କରିଛି। ଏପରି ଦ୍ୱାରା ସୁଶାନ୍ତ ମୁନ୍ ଡେ ଏକ ଐତିହାସିକ ଓ ବାର୍ଷିକ କାର‌୍ୟ୍ୟକ୍ରମ ହିସାବରେ ବିବେଚନା କରାଯିବ । ଆସନ୍ତା ବର୍ଷରୁ ଏହା ପାଳିତ ହେବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031