Indus Valley Times

ମୋହାଲି ଭିଡଓ ଲିକ୍: ୬ ଦିନ ବନ୍ଦ ରହିବ ଘରୋଇ ବିଶ୍ୱବିଦ୍ୟାଳୟ, ବଦଳିଲା ହଷ୍ଟେଲ ସମୟ, ହଟିଲେ ୱାର୍ଡେନ୍

 Breaking News

ମୋହାଲି ଭିଡଓ ଲିକ୍: ୬ ଦିନ ବନ୍ଦ ରହିବ ଘରୋଇ ବିଶ୍ୱବିଦ୍ୟାଳୟ, ବଦଳିଲା ହଷ୍ଟେଲ ସମୟ, ହଟିଲେ ୱାର୍ଡେନ୍

September 19
11:07 2022

ଚଣ୍ଡୀଗଡ଼, ୧୯/୯: ପଞ୍ଜାବର ଅମୃତସରରେ ଥିବା ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଏକାଧିକ ଛାତ୍ରୀଙ୍କ ବାଥରୁମ ଭିଡିଓ ଭାଇରାଲ ଘଟଣାକୁ ନେଇ ବିବାଦ ଲାଗି ରହିଛି। ଶନିବାର ରାତିରୁ ଭିଡିଓ ଭାଇରାଲକୁ ନେଇ ଶିକ୍ଷାର୍ଥୀମାନେ ବିକ୍ଷୋଭ କରୁଥିବା ବେଳେ ରବିବାର ରାତି ୧.୩୦ରେ ଏହା ପ୍ରତ୍ୟାହାର ହୋଇଛି।
ଭିଡିଓ ଭାଇରାଲ ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୬ ଦିନ ଅର୍ଥାତ ୨୪ ତାରିଖ ଯାଏ ସମସ୍ତ କ୍ଲାସକୁ ବାତିଲ କରିଛନ୍ତି। ସେହିପରି ହଷ୍ଟେଲର ୨ ଜଣ ୱାର୍ଡେନଙ୍କୁ ନିଲମ୍ବିତ କରାଯାଇଛି। ପୁଲିସ୍ ମଧ୍ୟ ଭିଡିଓ ଲିକ୍ ଘଟଣାରେ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିଛି।
ଲିକ୍ ଭିଡିଓକୁ ନେଇ ଶିକ୍ଷାର୍ଥୀମାନେ ଆନ୍ଦୋଳନ କରୁଥିବା ବେଳେ ରବିବାର ଦିନ ତମାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ଶିକ୍ଷାର୍ଥୀଙ୍କ ସବୁ ଦାବି କର୍ତ୍ତୃପକ୍ଷ ମାନି ନେବାରୁ ରାତି ୧.୩୦ରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨ ଜଣ ୱାର୍ଡେନଙ୍କୁ ଅବହେଳା ପାଇଁ ନିଲମ୍ବିତ କରିଥିବା ବେଳେ ହଷ୍ଟେଲର ସମସ୍ତ ୱାର୍ଡେନଙ୍କୁ ବଦଳି କରିଛନ୍ତି। ସେହିପରି ହଷ୍ଟେଲ ଟାଇମିଂରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଇଣ୍ଟରନେଟ୍ରେ ଏକାଧିକ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଥିବା ଅଭିଯୋଗ କରି ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଶନିବାର ରାତି ପ୍ରାୟ ୧ଟା ବେଳକୁ ବିକ୍ଷୋଭ ଆରମ୍ଭ କରିଥିଲେ। ଶହଶହ ଛାତ୍ରଛାତ୍ରୀ ଏକାଠି ହୋଇ ହଷ୍ଟେଲରୁ ଭାଇରାଲ କରିଥିବା ଜଣେ ଛାତ୍ରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ଏପରି କି କିଛି ଛାତ୍ରୀ ସେମାନଙ୍କ ଭାଇରାଲ ଭିଡିଓ ଦେଖି ଚେତାଶୂନ୍ୟ ହୋଇଯାଇଥିବା ଖବର ମିଳିଥିଲା। ପୁଲିସ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ହଷ୍ଟେଲରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରିଥିଲେ। ପୁଲିସ୍ ମଧ୍ୟ ଅଭିଯୁକ୍ତ ଛାତ୍ରୀଙ୍କୁ ଗିରଫ କରିଥିଲା।
ଇତି ମଧ୍ୟରେ ତଦନ୍ତ କରି ପୁଲିସ୍ ଭିଡିଓ ଭାଇରାଲ କରିଥିବା ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କର ୨୩ ବର୍ଷୀୟ ବୟଫ୍ରେଣ୍ଡ ଓ ଆଉ ଜଣେ ୩୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଶିକ୍ଷାର୍ଥୀମାନେ ୬୦ରୁ ଅଧିକ ଛାତ୍ରୀଙ୍କ ବାଥୁରମ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍ ଓ ବିଶ୍ୱବିଦୃଳୟ କର୍ତ୍ତୃପକ୍ଷ କେବଳ ଗୋଟିଏ ଭିଡିଓ ଇଣ୍ଟରନେଟରେ ରହିଥିବା କହିଛନ୍ତି।
ଅଭିଯୁକ୍ତ ଛାତ୍ରୀ ଜଣଙ୍କ ନିଜର ଆପତ୍ତିଜନକ ଭିଡିଓ ଶୁଟ କରି ଏହାକୁ ହିମାଚଳ ପ୍ରଦେଶରେ ରହୁଥିବା ନିଜର ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିବା ପୁଲିସ କହିଛି।
ଅନ୍ୟପକ୍ଷରେ ପଞ୍ଜାବର କ୍ଷମତାସୀନ ଆପ୍ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୁଲିସ୍ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘଟଣାର ଅଧିକ ଖୋଳତାଡ଼ କରିବାକୁ ଯୋଜନା କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031