Indus Valley Times

ମୋ ବସ୍‌କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ

 Breaking News

ମୋ ବସ୍‌କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ

ମୋ ବସ୍‌କୁ ପଛରୁ ପିଟିଲା ଟ୍ରକ୍, ୧୬ ଯାତ୍ରୀ ଆହତ
June 08
19:08 2024

ଭୁବନେଶ୍ବର, ୮/୬: କଟକ-ଭୁବନେଶ୍ବରରେ ସର୍ବସାଧାରଣଙ୍କ ପାଇଁ ପରିବହନର ଅନ୍ୟତମ ମାଧ୍ୟମ ହୋଇଥିବା ଏକ ‘ମୋ ବସ୍’ ଆଜି ଅପରାହ୍ଣ ଦୁର୍ଘଟଣାଗ୍ରସ୍ତ ହୋଇଛି।
କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ୍‌କୁ ଦୁଇଟି ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି।
ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି।
ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ନୁହେଁ। ପୂର୍ବର ମଧ୍ୟ ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣାର ସାମ୍ନା କରିଛି। ଗତ ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ଏକ ମୋ ବସ୍ ରାସ୍ତାରୁ ଖସି ନାଳରେ ପଶିଯାଇଥିଲା।
ବସ୍ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ନାଳ ଭିତରେ ପଶିଯାଇଥିଲା। ବସ୍ ଭିତରେ ଥିବା ୩୦ ଜଣ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ବସ୍ କାଚ ଭାଙ୍ଗି ପ୍ରଥମେ କିଛି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ଏଥିରେ ଅଗ୍ନିଶମ ବାହିନୀ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031