Indus Valley Times

‘ଯେଉଁମାନେ ଗୁଜବ ସୃଷ୍ଟି କରିବେ, ତାଙ୍କ କ୍ୟାରିଅର୍ ନଷ୍ଟ ହେବ, ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା’ – ପୋଲିସ କମିଶନର

 Breaking News

‘ଯେଉଁମାନେ ଗୁଜବ ସୃଷ୍ଟି କରିବେ, ତାଙ୍କ କ୍ୟାରିଅର୍ ନଷ୍ଟ ହେବ, ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା’ – ପୋଲିସ କମିଶନର

October 10
17:07 2025

କଟକ , ୧୦/୧୦: ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର । ଦରଘା ବଜାର ଓ କଦମ ରସୁଲରେ ପୋଲିସର ଫ୍ଲାଗମାର୍ଚ୍ଚ ।
କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି, ସ୍ଥିତି ସ୍ବାଭାବିକ ଅଛି । ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି । ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ, ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ଗୁଜବ ସୃଷ୍ଟିକଲେ କ୍ୟାରିଅର ଖରାଫ ହେବ, ଏବଂ ଗୁଜବକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଣିଥରେ ଚେତାଇ ଦେଇଛନ୍ତି ଉକ୍ଟ୍ର।
ଗୁଜବ ସୃଷ୍ଟି ନକରିବାକୁ ସିପିଙ୍କ ଅପିଲ । କହିବାକୁ ଗଲେ ଆଜି କଟକରେ ସଂଖ୍ୟା ଲଘୁ ରାଲି ବାହାରିବା ନେଇ ଗୁଜବ ପ୍ରଚାର ହୋଇଥିଲା। କିନ୍ତୁ ସେଭଳି କିଛି କାର୍ଯ୍ୟକ୍ରମ ନାହିଁ ବା କୌଣସି ପ୍ରକାରର ଆବେଦନ ହୋଇନାହିଁ ବୋଲି ମଧ୍ୟ ପୋଲିସ ସ୍ପଷ୍ଟ କରିଛି। ଯେହେତୁ ଆଜି ଶୁକ୍ରବାର ତେଣୁ କଦମ ଏ ରସୁଲ ଠାରେ ସାମୁହିକ ନମାଜ ପାଠ ହେବାର ଏଜ ପରମ୍ପରା ରହିଛି।
ତେଣୁ ସମ୍ଭାବ୍ୟ ଏପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ଆଜି ଦରଘା ବଜାର ଏବଂ ହାତୀ ପୋଖରୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରରେ ଶାନ୍ତି ଫେରିଛି, ପୋଲିସ ସଜାଗ ଅଛି,ଏବଂ ଭୟର କୌଣସି ବାତାବରଣ ନାହିଁ ବୋଲି କହିଛନ୍ତୁ ପୋଲିସ କମିଶନର। ଆଜି କଟକ ସହରର ସମ୍ବେଦନଶୀଳ ଅଞ୍ଚଳର ନିରୀକ୍ଷଣ କରୁଛନ୍ତି ପୋଲିସ କମିଶନର।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031