Indus Valley Times

ରଜରେ ଭିଜିବ ରାଜ୍ୟ, ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ; ୫ ଦିନ ଯାଏଁ କାଳବୈଶାଖୀ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

 Breaking News

ରଜରେ ଭିଜିବ ରାଜ୍ୟ, ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ; ୫ ଦିନ ଯାଏଁ କାଳବୈଶାଖୀ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ରଜରେ ଭିଜିବ ରାଜ୍ୟ, ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ; ୫ ଦିନ ଯାଏଁ କାଳବୈଶାଖୀ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
June 11
12:18 2026

ଭୁବନେଶ୍ୱର,୧୧/୬ : ରଜରେ ଭିଜିବ ଓଡ଼ିଶା। ତାତିରୁ ମିଳିବ ମୁକ୍ତି, ବର୍ଷା ଆଣୁଛି ଆଶ୍ୱସ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବ। ଏହାର ପ୍ରଭାବରେ ରଜ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ ମନୋରମ ରହିବାର ସମ୍ଭାବନା ରହିଛି।
ବର୍ତ୍ତମାନ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଖରା ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ଜିଲାରେ ମେଘୁଆ ପାଗ ସହ ବର୍ଷା, ବଜ୍ରପାତ ଓ ଝଡ଼ ପବନ ଦେଖିବାକୁ ମିଳୁଛି। ଆସନ୍ତା ୩ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ।
ଏହାପରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହ ଅସହ୍ୟ ଗରମରୁ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରଜ ଅବସରରେ ମୌସୁମୀ ବାୟୁର ଆଗମନ ଓ ବର୍ଷା ସମ୍ଭାବନା ଚାଷୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି।
ଅନ୍ୟପକ୍ଷରେ ବୁଧବାର ମଧ୍ୟ ବିଭିନ୍ନ ଜିଲାରେ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। ମାତ୍ର ୪ଟି ଜିଲାରେ ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଧ ୪୦.୨, ନୂଆପଡ଼ା ଓ ଭଦ୍ରକରେ ୪୦ ଡିଗ୍ରୀ ରହିଥିଲା। ଏଥିସହ କେତେକ ଜିଲାରେ କାଳବୈଶାଖୀ ବର୍ଷା ହୋଇଥିଲା।
ତେବେ ୧୫ ତାରିଖ ପର‌୍ୟ୍ୟନ୍ତ କଳାବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ଜାରି ରହିବ। ଆସନ୍ତା ୫ଦିନ ପର‌୍ୟ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ ଜିଲାରେ ଆକାଶ ମେଘୁଆ ରହିବା ସହ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟ ମଧ୍ୟରେ ଦିନର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୪ ରୁ ୩୯ ଡିଗ୍ରୀ ଓ ୨୪ ରୁ ୨୮ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିବ। ଏଥିସହ ଦିନବେଳା ଅଧିକ ଗରମ ଓ ଆର୍ଦ୍ର ରହିବା ସହିତ ଅପରାହ୍ନ କିମ୍ବା ସାରେ ବିଜୁଳି ଘଡଘଡି ସହିତ ଝଡ ବର୍ଷାର ସମ୍ଭାବନା ରହିଥିବାରୁ ବୋଲି ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930