Indus Valley Times

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

 Breaking News

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେଲେ ଶ୍ରୀଜିଉ : ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
July 06
20:55 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୭: କନ୍ଧମାଳ ଜିଲା ବାଲିଗୁଡାରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ରବିବାର ସନ୍ଧ୍ୟାରେ ରଥ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯାଇଥିଲା। ଦାରୁବ୍ରହ୍ମଙ୍କ ବେଶ ମଧ୍ୟରେ ସୁନାବେଶ ସବୁଠାରୁ ଅଧିକ ମନ ମୁଗ୍ଧକର ହୋଇପାରି ଥିଲା।
ରଥ ଉପରେ ସନ୍ଧ୍ୟା ଆଳତି ନୀତି ସମ୍ପନ୍ନ ହେବା ପରେ ପ୍ରଭୁଙ୍କୁ ସୁନାବେଶ କରାଯାଇଥିଲା। ଲଘୁଚାପ ଜନିତ ଲଗାଣ ବର୍ଷା ବାଧକ ସାଜିଥିବା ବେଳେ ରଥ ଚତୁଃପାର୍ଶ୍ବରେ ପରିକ୍ରମା କରି ଶହ ଶହ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031