Indus Valley Times

ରବିନାଙ୍କ ଲାଡଲୀ କରିବେ ବଲିଉଡ୍ ଡେବ୍ୟୁ, ଅଜୟଙ୍କ ଭଣଜାଙ୍କର ସାଜିବେ ନାୟିକା

 Breaking News

ରବିନାଙ୍କ ଲାଡଲୀ କରିବେ ବଲିଉଡ୍ ଡେବ୍ୟୁ, ଅଜୟଙ୍କ ଭଣଜାଙ୍କର ସାଜିବେ ନାୟିକା

ରବିନାଙ୍କ ଲାଡଲୀ କରିବେ ବଲିଉଡ୍ ଡେବ୍ୟୁ, ଅଜୟଙ୍କ ଭଣଜାଙ୍କର ସାଜିବେ ନାୟିକା
January 21
12:22 2023

ମୁମ୍ବାଇ,୨୧/୧: ଏଥର ନୂଆ ବର୍ଷ ଭାରତୀୟ ସିନେପ୍ରେମୀଙ୍କ ପାଇଁ ଅନେକ ‘ନୂଆ’ର ଭଣ୍ଡାର ଘେନି ଆସିଛି। ଆଗକୁ କେତେକ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ବେଳେ କିଛି ନୂଆ ମୁହଁ ସିନେ ପରଦାରେ ଉଦ୍ଭାସିତ ହେବାକୁ ଯାଉଛନ୍ତି।
ଏବେ ଶୁଣିବାକୁ ମିଳୁଛି ଯେ ‘ଚଣ୍ଡୀଗଡ଼ କରେ ଆସିକି’ ଚଳଚ୍ଚିତ୍ରର ନିର୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଲାଗି ଦୁଇ ନବାଗତଙ୍କୁ ଚୁକ୍ତିବଦ୍ଧ କରିଛନ୍ତି। ଏମାନେ ହେଉଛନ୍ତି ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡ଼ାନୀ ଓ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ।
ଏ ଦୁଇ ତାରକା ସନ୍ତାନଙ୍କ ସମେତ ଉକ୍ତ ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ଅରଖ ନୂଆ ଅବତାର ଦେଖିବାକୁ ମିଳିବ। ରାଶା ଓ ଅମନଙ୍କ ପଦାର୍ପଣକୁ ଚିତ୍ତାକର୍ଷକ ତଥା ପ୍ରଭାବଶାଳୀ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅଭିଷେକ କପୁର ଅତୀତରେ ଅନେକ ଦକ୍ଷ ଅଭିନେତା-ଅଭିନେତ୍ରୀଙ୍କୁ ଚିହ୍ନଟ କରି ସିନେଜଗତରେ ପ୍ରତିଷ୍ଠିତ କରାଇଛନ୍ତି।
ସେ ମଧ୍ୟରେ ଅଛନ୍ତି ରାଜକୁମାର ରାଓ, ଫରହାନ ଅଖତର, ସୁଶାନ୍ତ ସିଂହ ରାଜପୁତ, ସାରା ଅଲୀ ଖାନ। ୧୭ ବର୍ଷୀୟା ରାଶା ଏବେ ଅଭିଷେକଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଛନ୍ତି। ଇତିମଧ୍ୟରେ ରାଶାଙ୍କ ଅନୁଗାମୀମାନେ ତାଙ୍କର ଅଭିନୟ ଦେଖିବାକୁ ବେଶ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ହେଲେ ରାଶା ଓ ଅମନ ବଲିଉଡ୍ର ଭବିଷ୍ୟତ ପାଲଟୁଛନ୍ତି ଅଥବା ଦର୍ଶକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେଉଛନ୍ତି ତାହା ଦେଖିବାକୁ ରହିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031