Indus Valley Times

ରାଜଧାନୀରୁ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

 Breaking News

ରାଜଧାନୀରୁ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

ରାଜଧାନୀରୁ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ
April 11
20:12 2026

ଭୁବନେଶ୍ୱର/ଓଡ଼ିଶା,୧୧/୪ : ରାଜଧାନୀ ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ। ଗିରଫ ହୋଇଥିବା ଯୁବକ ହେଲେ ମହମ୍ମଦ ଇମ୍ରାନ। କମିଶନରେଟ ପୋଲିସର ସହଯୋଗରେ ୟୁନିଟ୍-୬ ଅଞ୍ଚଳରୁ ତାଙ୍କୁ ଧରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଇମ୍ରାନ ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରୁଥିବା ସହ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଥିଲେ।
ତାଙ୍କର ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ସମୟରେ ପୋଲିସ ତାଙ୍କ ପାଖରୁ ମୋବାଇଲ, ଲାପଟପ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରିଛି, ଯାହା ତଦନ୍ତକୁ ଆଉ ଗଭୀର କରିବ ବୋଲି ଆଶା କରାଯାଉଛି।
ଗିରଫ ପରେ ଇମ୍ରାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପରେ ଦିଲ୍ଲୀ ପୋଲିସର ବିଶେଷ ଦଳ ତାଙ୍କୁ ଦିଲ୍ଲୀକୁ ନେଇଯାଇଛି। ତେବେ ଏପର‌୍ୟ୍ୟନ୍ତ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଗିରଫ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରାଯାଇନାହିଁ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଇମ୍ରାନ କେବଳ ଏକା ନା କିଛି ବଡ଼ ନେଟୱାର୍କର ଏଥିରେ ଅଂଶ ରହିଛି? ସେ କେଉଁ ସଂଗଠନ ସହିତ ଜଡିତ ଥିଲେ ଓ କେମିତି ଏହି ଲିଙ୍କ୍ ଗଢ଼ିଉଠିଲା? ଏହା ପଛରେ ଆଉ କିଏ କିଏ ରହିଛନ୍ତି? ଏହି ଗିରଫ ପରେ ସୁରକ୍ଷା ଏଜେନ୍ସିମାନେ ତତ୍ପର ହୋଇଉଠିଛନ୍ତି। ତଦନ୍ତ ଆଗକୁ ବଢ଼ିବା ସହ ଆଉ ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031