Indus Valley Times

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, କେହି ନଥିବା ବେଳେ ଝୁଲିପଡିଲେ ଘରେ

 Breaking News

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, କେହି ନଥିବା ବେଳେ ଝୁଲିପଡିଲେ ଘରେ

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା, କେହି ନଥିବା ବେଳେ ଝୁଲିପଡିଲେ ଘରେ
December 05
16:21 2022

ଭୁବନେଶ୍ୱର,୫/୧୨:: ରାଜଧାନୀ ଭୁବନେଶ୍ୱରରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ଆନ୍ଧ୍ରପ୍ରଦେଶର ବିଜୟୱାଡାର ଚିତ୍ରସେନ୍ ଗୌଡ଼ ସାଲିଆ ସାହିରେ ରହୁଥିବା ପି.ବର୍ଷା ରେଡ୍ଡୀଙ୍କୁ ପ୍ରେମ କରୁଥିଲେ। ସବୁଦିନ ପରି ରବିବାର ବର୍ଷାଙ୍କ ବାପା ମାଧବ ଓ ତାଙ୍କ ମାଆ କାମକୁ ଯାଇଥିଲେ। ବର୍ଷା ଏକାକୀ ଘରେ ଥିଲେ।
ଉଭୟ କାମରୁ ଫେରି ଦେଖନ୍ତି ଘର ଭିତରେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ। ଏନେଇ ପୁଲିସ୍କୁ ଖବର ଦେଇଥିଲେ। କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ି ନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031